ଭୁବନେଶ୍ୱରରେ ୪୮ କରୋନା ପଜିଟିଭ ଚିହ୍ନଟ: ୬୪ ସୁସ୍ଥ ରାଜ୍ୟ By Nitidin Last updated Nov 17, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୪୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧ଜଣ ଓ ସ୍ଥାନୀୟ ସଂକ୍ରମଣ ୩୭ଜଣ ରହିଛନ୍ତି। ଅନ୍ୟପଟେ ୬୪ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଆଜିର ୪୮ ଜଣଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ହଜାର ୨୨୭ ହୋଇଥିବାବେଳେ ୨୯ ହଜାର ୩୫୮ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୯୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୬୫୦ ଜଣ ଚିକିତ୍ସିତ ହେଉଛନ୍ତି। Share