ଶ୍ୱାସରୋଗୀଙ୍କ ପାଇଁ ଖାଦ୍ୟ

ଶ୍ୱାସରୋଗୀଙ୍କ ପାଇଁ ଏପରି କିଛି ଖାଦ୍ୟ ନାହିଁ ଯାହା ନିଃଶ୍ୱାସ ପ୍ରଶ୍ୱାସକୁ ଠିକ୍ କରିପାରିବ। କିନ୍ତୁ କିଛି ଫଳ ଓ ପରିବା ରହିଛି ଯାହା ଶ୍ୱାସରୋଗୀ ପାଇଁ ବିଶେଷ ଉପକାରୀ। ଏହି ଫଳ ଓ ପରିବାରେ ରହିଛି ଶ୍ୱାସରୋଗୀ ପାଇଁ ବିଶେଷ ଉପକାରୀ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ନାମକ ତତ୍ତ୍ୱ ରହିଛି ଯେଉଁଥିରେ ଭରପୂର ମାତ୍ରାରେ ଭିଟାମିନ୍ ଇ ଓ ସି ବ୍ୟତୀତ କ୍ୟାରୋଟିନ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ ଯାହା ଶ୍ୱାସ ରୋଗୀଙ୍କ ପାଇଁ ଉପକାରୀ।

ଭିଟାମିନ୍ ଡି : ସୂର୍ଯ୍ୟଙ୍କ କିରଣରୁ ଆମକୁ ଭରପୂର ମାତ୍ରାରେ ଭିଟାମିନ୍ ଡି ମିଳିଥାଏ। କିନ୍ତୁ କିଛି ଏପରି ଖାଦ୍ୟ ରହିଛି ଯେଉଁଥିରେ ଭିଟାମିନ୍ ଡି ଭରପୂର ମାତ୍ରାରେ ମିଳିଥାଏ। ଏହା ମଧ୍ୟରୁ ସାଲମନ, ଅଣ୍ଡା, କ୍ଷୀର, କମଳା ଜୁସ୍ ଆପଣ ଖାଇପାରିବେ। ଏହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ଠିକ୍ କରିବା ସହିତ ବିଷାକ୍ତ ତତ୍ତ୍ୱରୁ ରକ୍ଷା କରିପାରିବ। ଯେଉଁମାନଙ୍କ ମଧ୍ୟରେ ଭିଟାମିନ୍ ଡିର ଅଭାବ ଥାଏ ସେମାନଙ୍କୁ ଶ୍ୱାସ ହେବାର ବେଶୀ ବିପଦ ଥାଏ।

ମାଛ : ମାଛରେ ଭରପୂରମାତ୍ରାରେ ଓମେଗା ଥାଏ। ଏହି କାରଣରୁ ମାଛ ଶ୍ୱାସରୋଗୀଙ୍କ ପାଇଁ ବହୁତ ଉପକାରୀ।

ଟମାଟୋ : ଶ୍ୱାସରୋଗୀଙ୍କ ପାଇଁ ଟମାଟୋ ବହୁତ ଉପକାରୀ ଓ ଏଥିରେ ଲାଇସୋପେନ୍ ନାମକ ତତ୍ତ୍ୱ ମିଳିଥାଏ। ଏହି ତତ୍ତ୍ୱ ନିଃଶ୍ୱାସ ନେବାର ସମସ୍ୟାକୁ ଅନେକ ମାତ୍ରାରେ ଠିକ୍ କରିଥାଏ।

ନଟ୍ସ ଓ ମଞ୍ଜିଜାତୀୟ : ଭିଟାମିନ୍ ଇ ଶ୍ୱାସରୋଗୀଙ୍କ ପାଇଁ ଉପକାରୀ ବୋଲି ଅନେକ ଜାଣିଥାନ୍ତି। ସେଥିପାଇଁ ଆପଣ ବାଦାମ,ଅଖରୋଟ କଞ୍ଚା ମଞ୍ଜି ବ୍ୟତୀତ କ୍ରୋକଲୀ ବା କଞ୍ଚା କଦଳୀ ପରି ପରିବା ଖାଆନ୍ତୁ। ଭିଟାମିନ୍ ଇ ରେ ଟେକୋଫେରାଲ ନାମକ ତତ୍ତ୍ୱ ରହିଛି। ଏହି ତତ୍ତ୍ୱ ଆପଣଙ୍କୁ ଶ୍ୱାସର କାରଣରୁ କାଶ ଓ ବେଚୈନୀକୁ କମ୍ କରିବାରେ ସାହାଯ୍ୟ କରିଥାଏ।