ବାହରିନ୍ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ବାହରିନ୍ ପ୍ରଧାନମନ୍ତ୍ରୀ ଖଲିଫା ବିନ୍ ସଲମାନ ଅଲ୍-ଖଲିଫାଙ୍କର ବୁଧବାର ୮୪ବର୍ଷ ବୟସରେ ମୃତ୍ୟୁ ହୋଇଛି। ସେ ବିଶ୍ୱର ସର୍ବାଧିକ କାର୍ଯ୍ୟକାଳ ବିଶିଷ୍ଟ ପ୍ରଧାନମନ୍ତ୍ରୀ ଭାବେ ପରିଚିତ। ୧୯୭୧ରେ ବାହରିନ୍ର ସ୍ୱାଧୀନତା ପରଠାରୁ ସେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ଅର୍ଥାତ୍ ସେ ଦୀର୍ଘ ୪୯ବର୍ଷ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ସୂଚନା ଅନୁଯାୟୀ, ଅସୁସ୍ଥତା କାରଣରୁ ସେ ଆମେରିକାର ମିୟୋ କ୍ଲିନିକରେ ଚିକିତ୍ସିତ ହେଉଥିଲେ।

ବୁଧବାର ସକାଳ ସମୟରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଶେଷକୃତ୍ୟ ପାଇଁ ଆମେରିକାରୁ ତାଙ୍କ ମୃତ ଶରୀର ସ୍ୱଦେଶକୁ ଅଣାଯିବ। ତାଙ୍କ ମୃତ୍ୟୁରେ ଦେଶରେ ଏକ ସପ୍ତାହ ବ୍ୟାପୀ ରାଷ୍ଟ୍ରୀୟ ଶୋକ ପାଳିତ ହେବ। ସରକାରୀ ଦପ୍ତର ଏବଂ ମନ୍ତ୍ରଣାଳୟଗୁଡ଼ିକୁ ତିନିଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ବାହରିନ୍ର ପ୍ରନ୍ସ ଖଲିଫା ବିନ୍ ସଲମାନ ବଂଶର ପରମ୍ପରାକୁ ବଜାୟ ରଖିଥିଲେ। ସୁନ୍ନି-ଅଲ୍-ଖଲିଫା ପରିବାର ପ୍ରତି ସମର୍ଥନ ଦେଖାଉଥିବା ଲୋକଙ୍କୁ ଖଲିଫା ବିନ୍ ସଲମାନ ପୁରସ୍କୃତ କରୁଥିଲେ। ତେବେ ତାଙ୍କ ନୀତିକୁ ୨୦୧୧ରେ ଦୃଢ ବିରୋଧ କରାଯାଇଥିଲା। ୨୦୧୧ରେ ହୋଇଥିବା ଆରବ କ୍ରାନ୍ତିରେ ତାଙ୍କ ଉପରେ ଭ୍ରଷ୍ଟାଚାର ଆରୋପ ଲଗାଯିବା ସହ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଦାବି ହୋଇଥିଲା।