ରାଜ୍ୟରେ ଆଜି ୧୫୨୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୫୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୮୯୬୮୯ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୧୨୪, କଟକରୁ ୧୧୪, ଅନୁଗୁଳରୁ ୧୦୮, ମୟୂରଭଞ୍ଜରୁ ୯୫, ଜଗତସିଂହପୁରରୁ ୯୦, ନୂଆପଡାରୁ ୮୧, କେନ୍ଦ୍ରାପଡାରୁ ୭୨, ଢେଙ୍କାନାଳରୁ ୬୮, ପୁରୀରୁ ୬୩, ବରଗଡରୁ ୬୧, ବାଲେଶ୍ୱରରୁ ୫୯, ବଲାଙ୍ଗିରରୁ ୫୫, ନୟାଗଡରୁ ୪୯, ଯାଜପୁରରୁ ୩୮, କେନ୍ଦୁଝରରୁ ୩୩, ସମ୍ବଲପୁରରୁ ୩୩, କଳାହାଣ୍ଡିରୁ ୩୧, ମାଲକାନଗିରିରୁ ୨୯, ସୋନପୁରରୁ ୨୩, ନବରଙ୍ଗପୁରରୁ ୨୦, କୋରାପୁଟରୁ ୧୯, ଗଞ୍ଜାମରୁ ୧୮, ଝାରସୁଗୁଡାରୁ ୧୭, ରାୟଗଡାରୁ ୧୩, କନ୍ଧମାଳରୁ ୧୧, ଭଦ୍ରକରୁ ୧୦, ଦେବଗଡରୁ ୪, ଗଜପତିରୁ ୩ ଏବଂ ଷ୍ଟେଟ ପୁଲରୁ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।