ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଓଡ଼ିଶା ବିଧାନସଭା ତରଫରୁ ଶପଥ ପାଠ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଅଛି। ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସମସ୍ତ କର୍ମଚାରୀ ଶପଥ ପାଠ କରିଛନ୍ତି। ବିଧାନସଭା ଉପଶାସନ ସଚିବ ଶିଶିର କାନ୍ତ ସ୍ୱାଇଁ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଏଥିରେ ନିରାପତ୍ତା ଅଧିକାରୀ ନଟରାଜ ଡୁଙ୍ଗଡୁଙ୍ଗଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।