ରକ୍ତଚାପ ଏବଂ ମଧୁମେହକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି? ତେବେ ପ୍ରତିଦିନ ସକାଳେ ସେବନ କରନ୍ତୁ ଏହି ୩ଟି ପତ୍ର !
ବିଶ୍ୱବ୍ୟାପି ଲକ୍ଷ ଲକ୍ଷ ଲୋକେ ମଧୁମେହ ଏବଂ ରକ୍ତଚାପରେ ପୀଡ଼ିତ ଅଛନ୍ତି। ଏହି ଦୁଇଟି ଏପରି ରୋଗ ଯାହା ଅନେକ ରୋଗକୁ ଜନ୍ମ ଦେଇଥାଏ। ଏଥିପାଇଁ ଏହି ରୋଗରୁ ନିସ୍ତାର ପାଇବା ଅତ୍ୟନ୍ତ ଜରୁରୀ। ମଧୁମେହ ଏବଂ ରକ୍ତଚାପ ଜୀବନଶୈଳୀ ପାଇଁ ରୋଗ,ଯାହା ପ୍ରତ୍ୟେକ ବୟସର ଲୋକଙ୍କୁ ହୋଇଥାଏ। ଏହି ରୋଗଗୁଡ଼ିକ କାବୁରେ ରଖିବା ପାଇଁ ଆପଣଙ୍କୁ ନିୟମିତ ଔଷଧ ଖାଇବାକୁ ପଡ଼ିବ। ଆପଣ ଏହା ଜାଣିଛନ୍ତି କି ଔଷଧ ବ୍ୟତୀତ ଆପଣ ଔଷଧୀୟ ଗୁଣରେ ଭରପୂର ତୁଳସୀ,ନିମ ପତ୍ର ,ଭୃଷୁଙ୍ଗ ପତ୍ର ସେବନ କଲେ ମଧ୍ୟ ମଧୁମେହ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରି ପାରିବେ। ଆସନ୍ତୁ ଜାଣିବା କିପରି ଏହି ପତ୍ରଗୁଡ଼ିକ ମଧୁମେହ ଏବଂ ରକ୍ତଚାପକୁ ନର୍ମାଲ ରଖିବାରେ ଲାଭଦାୟକ ହୋଇଥାଏ।
୧. ତୁଳସୀ ପତ୍ର : ତୁଳସୀକୁ ଆୟୁର୍ବେଦର ରାଣୀ କୁହାଯାଏ। ଏହା ଆମ ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ଅନେକ ଗବେଷଣାରୁ ଜଣା ଯାଇଛି ଯେ ଖାଲି ପେଟରେ ତୁଳସୀ ପତ୍ର ସେବନ କଲେ ଟାଇପ ୨ ମଧୁମେହରେ ପୀଡ଼ିତ ଲୋକଙ୍କ ଶର୍କରା ସ୍ତର କମିଥାଏ। ରକ୍ତଚାପକୁ କମ୍ କରିବାରେ ଏବଂ ହୃଦରୋଗରୁ ବର୍ତ୍ତିବା ପାଇଁ ତୁଳସୀ ପତ୍ର ଲାଭଦାୟକ ହୋଇଥାଏ।

