କରୋନାରୁ ଆରୋଗ୍ୟ ହେଲେ ଆଉ ୨୩୭୭ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୩୭୭ ଆକ୍ରାନ୍ତ। ଏଥିସହିତ ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୨ ଲକ୍ଷ ୫୯ ହଜାର ୪୧୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୩୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୦୪, ବାଲେଶ୍ୱରରୁ ୧୬୨, ମୟୂରଭଞ୍ଜରୁ ୧୨୬, କଟକରୁ ୧୨୨, ସୁନ୍ଦରଗଡ଼ରୁ ୧୦୯ ଓ ଯାଜପୁରରୁ ୧୦୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ଼ରୁ ୮୮, ବଲାଙ୍ଗିରରୁ ୮୭, ଝାରସୁଗୁଡ଼ାରୁ ୮୫, ଭଦ୍ରକରୁ ୭୭, କଳାହାଣ୍ଡିରୁ ୭୨, ନୂଆପଡ଼ାରୁ ୬୫, କେନ୍ଦ୍ରାପଡ଼ାରୁ ୬୪, ସୋନପୁରରୁ ୬୪, ପୁରୀରୁ ୫୯, ଜଗତସିଂହପୁରରୁ ୫୦, କେନ୍ଦୁଝରରୁ ୫୦, ସମ୍ବଲପୁରରୁ ୫୦, ଢ଼େଙ୍କାନାଳରୁ ୩୪, ଗଞ୍ଜାମରୁ ୩୪, ବୌଦ୍ଧରୁ ୩୩, କନ୍ଧମାଳରୁ ୩୩, ମାଲକାନଗିରିରୁ ୩୧, ରାୟଗଡ଼ାରୁ ୨୯, କୋରାପୁଟରୁ ୨୮, ନୟାଗଡ଼ରୁ ୨୧, ନବରଙ୍ଗପୁରରୁ ୧୫, ଦେବଗଡ଼ରୁ ୧୦ ଏବଂ ଗଜପତିରୁ ୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୭୭୫ କରୋନା ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୮୭ରେ ପହଞ୍ଚିଛି। ସେଥିରୁ ଆଜି ସୁଦ୍ଧା ୧୨୧୪ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ବର୍ତ୍ତମାନ ୧୭ ହଜାର ୨୦୨ ଜଣ ଚିକିତ୍ସାଧୀନ ରହିଛନ୍ତି।