ଆଜି ପବିତ୍ର ମହାସପ୍ତମୀ : ବିନା ଭକ୍ତରେ ହେଉଛି ପୂଜାର୍ଚ୍ଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ମହାସପ୍ତମୀ ପୂଜା । କରୋନା କଟକଣା ଭିତରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା । ରୀତିନୀତି ଅନୁସାରେ ସାରା ଓଡିଶାରେ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ପରମ୍ପରା । କଟକ ସହରରେ କିଛି ମଣ୍ଡପରେ ସିସିଟିଭି ବ୍ୟବସ୍ଥା ଥିବାରୁ ଟେଲିଭିଜନ୍ ଓ ମୋବାଇଲ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରାଯାଉଛି । ଚଳିତ ବର୍ଷ ଅଧିକାଂଶ ମଣ୍ଡପରେ ୪ ଫୁଟରୁ କମ୍ ଉଚ୍ଚତାର ମୂର୍ତ୍ତି ହୋଇଥିବାରୁ ସୁନା ଓ ରୂପା ଗହଣା ବଦଳରେ ଜରି ଓ ମାଟିର ଅଳଙ୍କାରେ ବିଭୁଷିତ ହୋଇଛନ୍ତି ମାଆ ଦୁର୍ଗା ଓ ଅନ୍ୟ ପାର୍ଶ୍ୱ ଦେବାଦେବୀ । ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା ଓ ବ୍ରହ୍ମପୁର, ସମ୍ବଲପୁର, ପୁରୀ ଆଦି ସହରରେ କଟକଣା ଭିତରେ ଆୟୋଜନ ହେଉଛି ପୂଜା।