ରାଜଧାନୀରେ ୨୮୧ କରୋନା ପଜିଟିଭ ଚିହ୍ନଟ : ୩୧୫ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୨୮୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୯ ଜଣ ଓ ସ୍ଥାନୀୟ ସଂକ୍ରମଣ ୧୯୨ ଜଣ ରହିଛନ୍ତି। ଅନ୍ୟପଟେ ୩୧୫ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୧୬ ହୋଇଥିବାବେଳେ ୨୨ ହଜାର ୫୨୫ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୨୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୩୪୮ ଜଣ ଚିକିତ୍ସିତ ହେଉଛନ୍ତି।