ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୩,୩୧୨ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୨ଲକ୍ଷ ୧୬ ହଜାର ୯୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୬୫୮, କଟକରୁ ୨୬୨, ବାଲେଶ୍ୱରରୁ ୧୫୩, ନୂଆପଡ଼ାରୁ ୧୫୧, ଝାରସୁଗୁଡ଼ାରୁ ୧୨୮, ମୟୁରଭଞ୍ଜରୁ ୧୨୧, କେନ୍ଦୁଝରରୁ ୧୧୭, ଅନୁଗୁଳରୁ ୧୧୨, ବଲାଙ୍ଗିରରୁ ୧୦୯, ମାଲକାନଗିରି ଜିଲ୍ଲାରୁ ୧୦୩ ଜଣ ରହିଛନ୍ତି। ସେହିପରି ସମ୍ବଲପୁରରୁ ୯୮, କେନ୍ଦ୍ରାପଡ଼ାରୁ ୮୮, ପୁରୀରୁ ୮୫, କନ୍ଧମାଳରୁ ୮୩, ନବରଙ୍ଗପୁରରୁ ୮୧, କୋରାପୁଟ ଓ ନୟାଗଡ଼ରୁ ୬୯ ଲେଖାଏଁ, ଢ଼େଙ୍କାନାଳରୁ ୬୮, ଜଗତସିଂହପୁରରୁ ୬୪, ସୁନ୍ଦରଗଡରୁ଼ ୬୩, ଭଦ୍ରକରୁ ୬୨, ବରଗଡରୁ଼ ୬୧, ଯାଜପୁରରୁ ୫୮, କଳାହାଣ୍ଡିରୁ ୫୩, ସୋନପୁରରୁ ୪୮, ଗଞ୍ଜାମରୁ ୪୭, ବୌଦ୍ଧରୁ ୩୯, ରାୟଗଡ଼ାରୁ ୩୪, ଗଜପତିରୁ ୧୬ ଓ ଦେଓଗଡ଼ ଜିଲ୍ଲାରୁ ୧୨ ଜଣ ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୪ ହଜାର ୧୪୨ ହୋଇଥିବାବେଳେ ୨ଲକ୍ଷ ୧୬ ହଜାର ୯୮୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୯୭୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୬ ହଜାର ୧୮୪ ଜଣ ଚିକିତ୍ସିତ ହେଉଛନ୍ତି।