ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆ ଜରିଆରେ ସୂଚନା ପ୍ରଦାନ କରିଛନ୍ତି। ବିଧାନସଭା ପକ୍ଷରୁ ହୋଇଥିବା କରୋନା ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ ତାଙ୍କଠାରେ କୌଣସି ଲକ୍ଷଣ ନଥିବାବେଳେ ସେ ସୁସ୍ଥ ଅଛନ୍ତି। ଆଉ ଶୁଭେଚ୍ଛୁଙ୍କୁ ଚିନ୍ତିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି।