ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବହୁ ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ପାରିତ ହୋଇଛି। ଏହି ବିଲକୁ ନେଇ ୪ ଦିନ ଧରି ଆଲୋଚନା ହୋଇଥିବାବେଳେ ଉଭୟ ବିଜେପି ଓ କଂଗ୍ରେସ ଏହାକୁ ବିରୋଧ କରିଥିଲେ। ବିଜେପି ସଦସ୍ୟମାନେ ଆଜିର ଆଲୋଚନାରେ ଭାଗ ନନେଇ ଗୃହର ମଧ୍ୟଭାଗରେ ଧାରଣାରେ ବସିଥିଲେ। ଅନ୍ୟପଟେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହାକୁ ‘କଳା ଆଇନ’ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଏହି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଦ୍ୱାରା ଭିସିଙ୍କ କାର୍ଯ୍ୟକାଳ ୩ବର୍ଷରୁ ବଢ଼ି ୪ ବର୍ଷ ହୋଇଯାଇଛି। ଏଥିରେ ସିନେଟ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ସିଣ୍ଡିକେଟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ। ୟୁନିଭର୍ସିଟିର ସ୍ଥାବର ଅସ୍ଥାବର ସମ୍ପତ୍ତି କିଣିବା ଉପରେ ସରକାର ହସ୍ତକ୍ଷେପ କରିପାରିବେ। ଏଥିସହିତ ଓପିଏସି ମାଧ୍ୟମରେ ଅଧ୍ୟାପକ ନିଯୁକ୍ତି କରାଯିବ।