ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୪ ହଜାର ୯୮ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୨ଲକ୍ଷ ୬ ହଜାର ୪୦୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବଧିକ ୭୦୪, କଟକରୁ ୩୮୬, ବାଲେଶ୍ୱରରୁ ୩୩୬, ନୂଆପଡ଼ାରୁ ୨୦୯, ଅନୁଗୁଳରୁ ୧୬୫, ମୟୁରଭଞ୍ଜରୁ ୧୩୯, କେଉଁଝରୁ ୧୩୧, ଭଦ୍ରକରୁ ୧୨୫, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୨୩ ଲେଖାଏଁ, ଯାଜପୁରରୁ ୧୧୬, ବରଗଡ଼ ଜିଲ୍ଲାରୁ ୧୧୦ ଜଣ ରହିଛନ୍ତି। ସେହିପରି ଢେଙ୍କାନାଳରୁ ୧୦୭, ପୁରୀରୁ ୧୦୪, ସୁନ୍ଦରଗଡ଼ରୁ ୮୨, ଝାରସୁଗୁଡ଼ାରୁ ୮୧, ନୟାଗଡ଼ରୁ ୭୯, ସମ୍ବଲପୁରରୁ ୭୮, କଳାହାଣ୍ଡି ଓ ନବରଙ୍ଗପୁରରୁ ୭୩ ଲେଖାଏଁ, ବଲାଙ୍ଗିରରୁ ୭୦, କୋରାପୁଟରୁ ୬୭, କନ୍ଧମାଳରୁ ୬୫, ବୌଦ୍ଧରୁ ୬୧, ସୋନପୁରରୁ ୪୬, ଗଞ୍ଜାମରୁ ୪୨, ରାୟଗଡ଼ାରୁ ୪୨, ଗଜପତିରୁ ୩୬, ମାଲକାନଗିରିରୁ ୨୩, ଦେଓଗଡ଼ରୁ ୧୫ ଓ ଷ୍ଟେଟପୋଲରୁ ୨୮୭ ଜଣ ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୫ ହଜାର ୩୩୦ ହୋଇଥିବାବେଳେ ୨ଲକ୍ଷ ୬ ହଜାର ୪୦୦ଜଣ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ୯୨୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୨ହଜାର ୫୧ ଜଣ ଚିକିତ୍ସିତ ହେଉଛନ୍ତି।