ବିଦେଶରୁ ଫେରିଲେ ସୋନିଆ ଓ ରାହୁଲ

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ପୁଅ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର ବିଦେଶ ଗସ୍ତ ସାରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୋନିଆ ତାଙ୍କ ସ୍ୱାସ୍ଥ୍ୟର ରୁଟିନ୍ ଚେକ୍‌ଅପ୍ ପାଇଁ ଆମେରିକା ଯାଇଥିଲେ ବୋଲି ଦଳର ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ଏ ସମ୍ପର୍କରେ ସୂଚନା ଦେଇ ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସିଂ ସୂର୍ଯ୍ୟେୱାଲା ଗତ ୧୨ ତାରିଖରେ ଟ୍ୱିଟ୍ କରି କହିଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ରାହୁଲ ଗାନ୍ଧିଙ୍କ ସହ ବିଦେଶଗସ୍ତରେ ଯିବା ବେଳେ ତାଙ୍କର ଯେଉଁମାନେ ଶୁଭମନାସି ଥିଲେ ସେମାନଙ୍କୁ ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଉଛି। ଉଲ୍ଲେଖଯୋଗ୍ୟ କୃଷି ବିଲ୍‌କୁ ନେଇ ସଂସଦର ମୌସୁମୀ ଅଧିବେଶନ ସରଗରମ ହେବା ଏବଂ ବିରୋଧୀ ଦଳ ସଦସ୍ୟମାନେ ଏଥିନେଇ ସ୍ୱର ଉତ୍ତୋଳନ କରିବା ପରିପ୍ରେକ୍ଷୀରେ ଏହି କଂଗ୍ରେସ ନେତା ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି।