ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତୋଇବା’ ନେଟ୍ୱାର୍କର ୬ ଜଣ ସାହାଯ୍ୟକାରୀ ଗିରଫ

ଶ୍ରୀନଗର,ଏଜେନ୍ସି: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲା ସମ୍ବନ୍ଧୀୟ ତଦନ୍ତ ପ୍ରକ୍ରିୟାରେ ଶନିବାର ଦିନ ପୁଲିସର ସ୍ପେଶାଲ ଅପରେସନ ଗ୍ରୁପ ଅନ୍ୟୁନ ୬ ଜଣଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ଜାମ୍ମୁ ପୁଲିସ ଇନ୍ସପେକ୍ଟର ଜେନେରାଲ ମୁକେଶ ସିଂହ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଜମ୍ମୁରେ ଲଶ୍କର-ଏ-ତୋଇବାକୁ ସାହାଯ୍ୟ କରୁଥିବା ଟେରର୍-ଫାଇନାନ୍ସିଂ ନେଟୱାର୍କ ସମ୍ପର୍କରେ ସୂଚନା ପାଇବା ପରେ ସ୍ପେଶାଲ ଅପରେସନ ଗ୍ରୁପ ମୁଦାସିର ଫାରୁକ ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ଲଶ୍କର-ଏ-ତୋଇବା ସହ ତାର ସମ୍ପୃକ୍ତି ଥିବା କଥା ସେ ସ୍ୱୀକାର କରିଛି।

ପ୍ରାପ୍ତ ସୂଚନା ଆଧାରରେ ସ୍ପେଶାଲ ଅପରେସନ ଗ୍ରୁପ ଲଶ୍କର-ଏ-ତୋଇବା ସହ ଜଡିତ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଉଛନ୍ତି ତୌକିର୍ ଅହମ୍ମଦ ଭଟ, ଅସିଫ ଭଟ, ଖଲିଦ ଲତିଫ ଭଟ, ଗାଜି ଇକବାଲ ଏବଂ ତାରିକ୍ ହୁସେନ୍ ମିର୍। ସେମାନେ ଅଗଷ୍ଟ ୧୫ ପାଇଁ କୌଣସି କାର୍ଯ୍ୟକଳାପ ନିମନ୍ତେ ଯୋଜନା କରିଥିବା ଆମ ନିକଟରେ ନିର୍ଦ୍ଦିଷ୍ଟ ସୂଚନା ନାହିଁ। କିନ୍ତୁ, ଉଦ୍ୟମ ପୁନଃସକ୍ରିୟ ହୋଇଥିବାରୁ ଭବିଷ୍ୟତ ନିମନ୍ତେ ସେମାନେ କୌଣସି ବଡ ଯୋଜନା କରୁଥିଲେ।