ହରିଦାସପୁରରୁ-ପାରଦ୍ୱୀପ ରେଳପଥରେ ପ୍ରଥମ ବିଜୁଳିଚାଳିତ ଟ୍ରେନର ଟ୍ରାଏଲ ରନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ହରିଦାସପୁରରୁ-ପାରଦ୍ୱୀପ ରେଳପଥରେ ପ୍ରଥମ ବିଜୁଳିଚାଳିତ ଟ୍ରେନର ଟ୍ରାଏଲ ଆରମ୍ଭ ହୋଇଛି। ପ୍ରଥମେ ଡିଜେଲ-ଇଞ୍ଜିନ ଟ୍ରେନ ରନ୍ କରିଥିବାବେଳେ ଆଜି ବିଜୁଳିଚାଳିତ ଟ୍ରେନ ଟ୍ରାଏଲ ରନ କରିଛି। ଯଦି ଏହି ଟ୍ରାଏଲ ସମୟରେ କୌଣସି ସମସ୍ୟା ନହୁଏ ତେବେ ଖୁବଶୀଘ୍ର ନିୟମିତ ଭାବେ ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ଟ୍ରାଏଲ ସମୟରେ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ଟ୍ରେନଟି ଆଜି ୧୦ଟା ୧୩ ମିନିଟରେ ହରିଦାସପୁରରୁ ବାହାରିଥିଲା।