କାଶରୁ ଜଣାପଡ଼ିବ କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କାଶରୁ ଏବେ ଜଣାପଡ଼ିବ କରୋନା ହୋଇଛି କି ନାହିଁ। ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କ’ଣ ପାର୍ଥକ୍ୟ ରହୁଛି ସେନେଇ ଗବେଷଣା ଚାଲିଛି। ନିପି ଓ ଆରଏମଆରସି ମିଳିତ ଭାବେ ଗବେଷଣା କରୁଥିବା ଭୁବନେଶ୍ୱର ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି। ଏଥିସହିତ ନିପି ପକ୍ଷରୁ ଏକ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପରେ ରୋଗୀ ନିଜେ କାଶର ଅଡିଓ ରେକର୍ଡ କରିବେ। ଆଉ କାଶର ଶଦ୍ଦ ପରୀକ୍ଷା କରାଯିବା ପରେ ଜଣାପଡ଼ିବ ସମ୍ପୃକ୍ତ ରୋଗୀଙ୍କୁ କରୋନା ହୋଇଛି କି ନାହିଁ।