ରାଜଧାନୀରୁ ସୁସ୍ଥ ହେଲେ ୨୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱରରୁ ୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ନୂଆ ସୁସ୍ଥଙ୍କୁ ମିଶାଇ ଭୁବନେଶ୍ୱରରୁ ୫୨୩ଜଣ କରୋନାରୁ ମୁକ୍ତି ପାଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ୨୯ଜଣଙ୍କ ମଧ୍ୟରୁ ଭୁବନେଶ୍ୱର ସାଲିଆ ସାହି ଆଦିବାସୀ ଗାଁରୁ ଜଣେ ପୁରୁଷ, ସହିଦନଗର ଆଁଗନ ରେସ୍ତୋରାଁ ଅଞ୍ଚଳରୁ ଜଣେ ପୁରୁଷ, ଅନ୍ୟ ଏକ ସ୍ଥାନରୁ ଜଣେ ପୁରୁଷ ଓ ମହିଳା, ବାପୁଜୀ ନଗର ଝରଣା ବସ୍ତି ଅଞ୍ଚଳରୁ ଜଣେ ମହିଳା, ସତ୍ୟନଗର ଅଞ୍ଚଳରୁ ଜଣେ ମହିଳା, ଅନ୍ୟ ଜିଲ୍ଲାର ବସିନ୍ଦା ଥିବା ଜଣେ ପୁରୁଷ, ଘରୋଇ ହସ୍ପିଟାଲର ଦୁଇଜଣ ମହିଳା କର୍ମଚାରୀ ସୁସ୍ଥ ହୋଇଛନ୍ତି।

ସେହିପରି ଶୁକା ବିହାର ଅଞ୍ଚଳରୁ ଜଣେ ମହିଳା, ହଂସପାଳ ସିମ୍ଫୋନୀ ମଲ ଅଞ୍ଚଳରୁ ଜଣେ ପୁରୁଷ, ଏକାମ୍ର କଲେଜ କପିଳା ପ୍ରସାଦ ଅଞ୍ଚଳରୁ ଜଣେ ପୁରୁଷ, ଅନ୍ୟ ଜିଲ୍ଲାର ବାସିନ୍ଦା ଥିବା ଜଣେ ମହିଳା, ସେଣ୍ଟ୍ରାଲ ଗର୍ଭମେଣ୍ଟ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ, ଗଙ୍ଗନଗର ଗାରଗିଲ ବସ୍ତି ଅଞ୍ଚଳରୁ ଦୁଇଜଣ ମହିଳା ଓ ଜଣେ ପୁରୁଷ, ରସୁଲଗଡ଼ ଅଞ୍ଚଳରୁ ଜଣେ ପୁରୁଷ, ଖଣ୍ଡଗିରି ବରି ନିକଟସ୍ଥ ଆମ୍ରି ହସ୍ପିଟାଲ ଅଞ୍ଚଳରୁ ଜଣେ ପୁରୁଷ, ନୟାପଲ୍ଲୀ ଅଞ୍ଚଳରୁ ଜଣେ ପୁରୁଷ, ପୋଖରୀପୁଟ ଗାରଗିଲ ବସ୍ତି ଅଞ୍ଚଳରୁ ଜଣେ ମହିଳା, ନୀଳାଦ୍ରି ବିହାର ଅଞ୍ଚଳରୁ ଗୋଟିଏ ପରିବାର ଦୁଇ ଜଣ ମହିଳା ଓ ଜଣେ ପୁରୁଷ, ଆପୋଲୋ ହସ୍ପିପିଟାଲ ବିଶେଶ୍ୱରୀ ବସ୍ତି ଅଞ୍ଚଳରୁ ଜଣେ ମହିଳା, ଡୁମଡୁମା ରଘୁନାଥନଗର ଅଞ୍ଚଳରୁ ଜଣେ ମହିଳା, ନୀଳାଦ୍ରି ବିହାର ହନୁମାନ ମନ୍ଦିର ଅଞ୍ଚଳରୁ ଜଣେ ପୁରୁଷ ଓ ସତ୍ୟନଗର ଅଞ୍ଚଳରୁ ଜଣେ ମହିଳା ସୁସ୍ଥ ହୋଇଛନ୍ତି।