ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୬୦୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୨୭୯ ଜଣ, ଯାଜପୁରରୁ ୮୪ ଜଣ, ଖୋର୍ଦ୍ଧାରୁ ୫୦ ଜଣ, କଟକରୁ ୪୨ ଜଣ, କେନ୍ଦୁଝରରୁ ୨୩ ଜଣ, ମାଲକାନଗିରିରୁ ୨୧ ଜଣ, ପୁରୀରୁ ଓ ସୁନ୍ଦରଗଡ଼ରୁ ୧୫ ଜଣ ଲେଖାଏଁ, ମୟୂରଭଞ୍ଜରୁ ୧୨ ଜଣ, ବରଗଡ଼ରୁ ୧୧ ଜଣ, କୋରାପୁଟରୁ ୯ ଜଣ, କନ୍ଧମାଳରୁ ୮ ଜଣ, ଜଗତସିଂହପୁରରୁ ୭ ଜଣ, ଅନୁଗୁଳ, ବାଲେଶ୍ୱର ଓ ନବରଙ୍ଗପୁରରୁ ୬ ଜଣ ଲେଖାଏଁ, ଭଦ୍ରକରୁ ୫ ଜଣ, ଗଜପତିରୁ ୩ ଜଣ, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଓ ଢ଼େଙ୍କାନାଳରୁ ଜଣେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ରାଜ୍ୟରେ ୧୧ ହଜାର ୯୩୮ ଜଣ ସୁସ୍ଥ ହୋଇଛନ୍ତି।
ଆଜି ରାଜ୍ୟରେ ୫୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୭୦୧ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ୪ ହଜାର ୬୫୨ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।