ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଦେଖାଶୁଣା କରିବା ପାଇଁ ଗୁଜୁରାଟର ବରୋଦାସ୍ଥିତ ଏସ୍ଏସଜି ହସ୍ପିଟାଲରେ ଦୁଇଟି ରବୋର୍ଟ ନିଯୁକ୍ତ କରାଯାଇଛି। ହସ୍ପିଟାଲ କର୍ମଚାରୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏଭଳି ଏକ ନିଆରା ପଦକ୍ଷେପ ନିଆଯାଇଛି। ଏମାନେ ଔଷଧ ଓ ଖାଦ୍ୟ ଦେବାସହ କରୋନା ୱାର୍ଡରେ ରୋଗୀଙ୍କ ସ୍କ୍ରିନିଂ କରୁଥିବା ମଧ୍ୟ ଜଣାପଡ଼ିଛି। କେବଳ ଏତିକି ନୁହେଁ, ଆଗାମୀ ଦିନରେ ହସ୍ପିଟାଲ ଗେଟ୍ ସମ୍ମୁଖରେ ମଧ୍ୟ ଏକ ରବୋର୍ଟ ନିଯୁକ୍ତ କରାଯିବ ଯିଏକି ଲୋକଙ୍କଠାରେ ଲକ୍ଷଣ ଅଛି କି ନାହିଁ ସ୍କ୍ରିନିଂ କରିବ।
କ୍ଲବ ଫାଷ୍ଟ ଟେକ୍ନୋଲୋଜୀର ନିର୍ଦ୍ଦେଶକ ଭୁବନେଶ ମିଶ୍ର କହିଛନ୍ତି କି, ଏହା ଭାରତ ନିର୍ମିତ ରବୋର୍ଟ ଯାହାକୁ ପରିଚାଳିତ କରିବା ପାଇଁ ଅଧିକ ଦକ୍ଷତାର ଆବଶ୍ୟକତା ନାହିଁ। ଏମାନେ ମଣିଷ ପରି କାର୍ଯ୍ୟ ସମ୍ପାଦନ କରିପାରିବେ। ଏଥିସହିତ କୋଭିଡ-୧୯ ରୋଗୀଙ୍କ ଚିକିତ୍ସାରେ ଫଳପ୍ରଦ ସାବ୍ୟସ୍ତ ହେବେ।