ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୁଣି କରୋନାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ତେବେ ଏହି ୪ ମୃତକଙ୍କ ମଧ୍ୟରେ ଗଞ୍ଜାମର ୨ ଜଣ, ଗଜପତିର ଜଣେ ଏବଂ ଅନୁଗୁଳର ଜଣେ ଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗଞ୍ଜାମର ୨ ମୃତକଙ୍କ ମଧ୍ୟରେ ଜଣେ ୫୭ ବର୍ଷୀୟ ପୁରୁଷ ଏବଂ ତାଙ୍କର ଡାଇବେଟିସ ଥିବା ବେଳେ ଅନ୍ୟଜଣେ ୬୦ ବର୍ଷୀୟ ବୃଦ୍ଧ ଏବଂ ପୂର୍ବରୁ ସେ କିଡ଼ନୀ ଜନିତ ରୋଗରେ ପୀଡିତ ଥିଲେ। ସେହିପରି ଗଜପତିର ମୃତକ ଜଣଙ୍କ ୫୬ ବର୍ଷର ପୁରୁଷ ଏବଂ ସେ ପୂର୍ବରୁ ଡାଇବେଟିସ ଓ ହୃଦରୋଗରେ ପୀଡ଼ିତ ଥିଲେ। ଅନୁଗୁଳର ମୃତକ ଜଣଙ୍କ ୬୬ ବର୍ଷୀୟ ବୃଦ୍ଧ ଏବଂ ତାଙ୍କର ଟ୍ୟୁମର ଥିବା ଜଣାପଡ଼ିଛି।