ନୀଳଗିରି,ଏନ୍ଏନ୍ଏସ୍: କରୋନା ମହାମାରୀରେ ସଂକ୍ରମିତ ହୋଇ ବାଲେଶ୍ୱର କୋଭିଡ୍ ମେଡିକାଲରେ ଦୀର୍ଘ ୧୦ଦିନ ଚିକିତ୍ସିତ ହେବାପରେ ଆଜି ଘରକୁ ଫେରିଛନ୍ତି ନୀଳଗିରିର ବିଜେପି ବିଧାୟକ ସୁକାନ୍ତ କୁମାର ନାୟକ। ଗତ ୪ ତାରିଖରେ ବିଧାୟକ ସ୍ୱେଚ୍ଛାକୃତ ଭାବେ କରୋନା ପରୀକ୍ଷା ପାଇଁ ସ୍ୱାବ୍ ଦେଇଥିଲେ। ହେଲେ ୬ ତାରିଖରେ ତାଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିଥିଲା। କିନ୍ତୁ ତାଙ୍କ ଦେହରେ କୌଣସି ଲକ୍ଷଣ ନଥିବାବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ଗାଡ଼ିରେ ବାଲେଶ୍ୱର କୋଭିଡ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରଦିନ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ସହକର୍ମୀଙ୍କ ମଧ୍ୟ କରୋନା ଟେଷ୍ଟ୍ ହୋଇଥିଲା। କିନ୍ତୁ ସମସ୍ତଙ୍କର ସ୍ୱାବ୍ ନେଗେଟିଭ୍ ଆସିଥିଲା। ଆଜି ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ହୋମ କ୍ୱାରେଣ୍ଟାଇନରେ ରହିବେ ବୋଲି କହିଛନ୍ତି।