ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଦିନକ ପାଇଁ ବିଧାନସଭା ସଟଡାଉନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବିଧାନସଭାରେ ଅଧିବେଶନ ବନ୍ଦ ରହିଥିବା ବେଳେ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟ ଚାଲୁ ରହିଥିଲା। ତେବେ ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ ଚିହ୍ନଟ ହେବାପରେ ବାଚସ୍ପତି ଶ୍ରୀ ପାତ୍ର ଏହି ପଦକ୍ଷେପ ନେଇଛନ୍ତି। ସେହିପରି ଉକ୍ତ କର୍ମଚାରୀଙ୍କୁ ମଧ୍ୟ କରୋନା ଟେଷ୍ଟ ପାଇଁ ପଠାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମସ୍ତ ବୈଠକକୁ ବାତିଲ କରାଯାଇଛି। ଏହା ପୂର୍ବରୁ ହୋଇଥିବା ବୈଠକରେ ଉକ୍ତ ବିଧାୟକ ଉପସ୍ଥିତ ଥିବାରୁ ସମସ୍ତ କର୍ମଚାରୀଙ୍କୁ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ କରୋନା ଟେଷ୍ଟ କରାଇବା ପରେ ସେମାନେ ବିଧାନସଭାରେ ରିପୋର୍ଟ କରିବେ ବୋଲି କୁହାଯାଇଛି। ସେହିପରି ଶନିବାର ଓ ରବିବାର ସଟଡାଉନ ଥିବାରୁ କେବଳ ଆଜି ଦିନକ ପାଇଁ ସଟଡାଉନ ଘୋଷଣା କରାଯାଇଥିବା ବାଚସ୍ପତି ସୂଚନା ଦେଇଛନ୍ତି।