ଜାମ୍ମୁ କାଶ୍ମୀରରେ ନିର୍ମିତ ୬ଟି ସେତୁର ଉଦ୍‌ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଜମ୍ମୁ କାଶ୍ମୀର ସୀମା ସଡକ ସଂଗଠନ ଦ୍ୱାରା ନିର୍ମିତ ୬ଟି ନୂତନ ସେତୁର ଉଦ୍‌ଘାଟନ କରିଛନ୍ତି। ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ଏହି ନିର୍ମିତ ସେତୁର ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୪୩ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ ହୋଇଥିବା ଜଣାପଡ଼ିଛି। ଏହି ସେତୁଗୁଡିକର ଉଦ୍‌ଘାଟନ କରିବା ଏକ ଆନନ୍ଦଦାୟକ ଅନୁଭୂତି ବୋଲି ରାଜନାଥ ସିଂ କହିଛନ୍ତି। ମହାମରୀ ଯୋଗୁଁ ଯେତେବେଳେ ପୁରା ବିଶ୍ୱ ଦୂରତା ବଜାୟ ରଖୁଛି, ବିଶ୍ୱ ପରସ୍ପରଠାରୁ ଅଲଗା ରହିବା ନେଇ ଜିଦ ଧରିଛି, ସେତେବେଳେ ମୁଁ ସୀମା ସଡ଼କ ସଂଗଠନକୁ ଏହି କାର୍ଯ୍ୟ ସମାପ୍ତ କରିଥିବାରୁ ଅଭିନନ୍ଦନ ଜଣାଉଛି।

ଏହି ସଡ଼କ ଜାମ୍ମୁବାସୀଙ୍କ ଆକାଂକ୍ଷାକୁ ପୂରଣ କରିବ। ମୁଁ ସ୍ଥାନୀୟ ଲୋକଙ୍କ ସମେତ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଏହି ସେତୁକୁ ଆପଣ ସମସ୍ତଙ୍କୁ ଉତ୍ସର୍ଗ କରୁଛି ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ଅଖନୁର ସେକ୍ଟରରେ ଚାରିଟି ଏବଂ ଜାମ୍ମୁ-ରାଜପୁରା ଅଞ୍ଚଳରେ ଦୁଇଟି ସେତୁର ଉନ୍ମୋଚନ କରିଛନ୍ତି।