ହାଇଦ୍ରାବାଦର ନିମ୍ସରେ ଆରମ୍ଭ ହେଲା କରୋନା ଭ୍ୟାକ୍ସିନର ମାନବ ପରୀକ୍ଷଣ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିବା ଭାରତର ପ୍ରଥମ ସ୍ୱଦେଶୀ ଭ୍ୟାକ୍ସିନ ‘କୋଭାକ୍ସିନ’ର ମାନବ ପରୀକ୍ଷଣ ହାଇଦ୍ରାବଦର ନିମ୍ସରେ ଆରମ୍ଭ ହୋଇଛି। କୋଭିଡ-୧୯ ଭ୍ୟାକ୍ସିନର ମାନବ ପରୀକ୍ଷଣ ପ୍ରକ୍ରିୟା ନିଜାମ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ନିମ୍ସ)ରୁ ଆରମ୍ଭ ହୋଇଥିବା ନେଇ ଜଣେ ଶୀର୍ଷ ଚିକିତ୍ସା ଅଧିକାରୀ କହିଛନ୍ତି।

ନିମ୍ସର ନିର୍ଦ୍ଦେଶକ ଡା. କେ.ମନୋହର କହିଛନ୍ତି କି, ସୁସ୍ଥ ବ୍ୟକ୍ତିଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଦିଲ୍ଲୀ ପ୍ରୟୋଗଶାଳାକୁ ପଠାଯିବ। ସେମାନେ ସବୁଜ ସଙ୍କେତ ଦେବାପରେ ଭ୍ୟାକ୍ସିନର ପ୍ରଥମ ସଟକୁ ପର୍ଯ୍ୟବେକ୍ଷଣ କରାଯିବ।

ସୂଚନାଯୋଗ୍ୟ, ଭାରତର ପ୍ରଥମ ଭ୍ୟାକ୍ସିନ ‘କୋଭାକ୍ସିନ’ର ପରୀକ୍ଷଣ ଲାଗି ଆଇସିଏମଆର ୧୨ଟି ସଂସ୍ଥାକୁ ପତ୍ର ଲେଖିଛନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ, ପ୍ରଥମ ପର୍ଯ୍ୟାୟରେ କମ୍ ଲୋକଙ୍କ ଉପରେ ପରୀକ୍ଷଣ କରାଯିବ। ଆଉ ଏହା ସଫଳ ସାବ୍ୟସ୍ତ ହେଲେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ବହୁସଂଖ୍ୟାରେ ପରୀକ୍ଷଣ କରାଯିବ।