ଭୁବନେଶ୍ୱର ଆରଟିଓ-୨ ବନ୍ଦ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱରସ୍ଥିତ ଆରଟିଓ-୧ରେ ଗତକାଲି ୪ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଆଜି ଆରଟିଓ-୨କୁ ବନ୍ଦ କରି ଦିଆଯାଇଛି। ଆସନ୍ତା ସେମାବାର ପର୍ଯ୍ୟନ୍ତ ଆରଟିଓ-୨ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଜଣାପଡ଼ିଛି। କରୋନା ସଂକ୍ରମଣ ସନ୍ଦେହରେ ବନ୍ଦ କରାଯାଇଥିବା ପରିବହନ ଅଧିକାରୀ ସୂଚନା ଦେଇଛନ୍ତି। ଆରଟିଓ -୧ କର୍ମଚାରୀଙ୍କର କାଳେ ଆରଟିଓ-୨ କର୍ମଚାରୀଙ୍କ ସହ ଲିଙ୍କ ଥିବ ସେନେଇ ସନ୍ଦେହ କରାଯାଇ ଉଭୟକୁ ବନ୍ଦ କରାଯାଇଛି।