ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୭: ଗଞ୍ଜାମରୁ ସର୍ବାଧିକ ୯୬

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨୧୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୬, ୭୦୩କୁ ବୃଦ୍ଧି ପାଇଛି। ଏଥିସହିତ ଗଞ୍ଜାମରୁ ସର୍ବାଧିକ ୯୬ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୨୧୭ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୯୬ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୮, ବାଲେଶ୍ୱରରୁ ୧୬, ମୟୁରଭଞ୍ଜରୁ ୧୫, ବରଗଡ଼ରୁ ୧୩, କେଉଁଝରରୁ ୧୨, ଝାରସୁଗୁଡ଼ାରୁ ୮, ମାଲକାନଗିରିରୁ ୭, ଯାଜପୁର ଜିଲ୍ଲାରୁ ୬ଜଣ ରହିଛନ୍ତି। ସେହିପରି କଟକ ଓ ଅନୁଗୁଳରୁ ୫ ଲେଖାଏଁ, ଢେଙ୍କାନାଳ ଓ ପୁରୀରୁ ୪ ଲେଖାଏଁ, ଜଗତସିଂହପୁରରୁ ୩, କେନ୍ଦ୍ରାପଡ଼ା ଓ ସୋନପୁରରୁ ୨ଲେଖାଏଁ, ବଲାଙ୍ଗିର ଜିଲ୍ଲାରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଥିବାବେଳେ ୬,୭୦୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪୨ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୩୯୪ଜଣ ଆରୋଗ୍ୟ ଲାଭ କରିଛନ୍ତି।