ଜୁଲାଇ ୩୧ ପର୍ଯ୍ୟନ୍ତ ଖୋଲିବନି ଖଣ୍ଡଗିରି ଓ ଉଦୟଗିରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖଣ୍ଡଗିରି ଓ ଉଦୟଗିରି ସମେତ ୯ଟି ଐତିହ୍ୟ କୀର୍ତ୍ତିରାଜି ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଖୋଲିବ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଏଏସ୍ଆଇ ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଚିଠିି ଲେଖିଛନ୍ତି। ପୂର୍ବରୁ ଜୁଲାଇ ୬ରୁ ଖଣ୍ଡଗିରି ଓ ଉଦୟଗିରି ଖୋଲିବାକୁ ଏଏସ୍ଆଇ ଓଡ଼ିଶା ସର୍କଲ କହିଥିଲେ।