ରାଜ୍ୟରେ କରୋନା ନେଲା ଆଉ ୬ ମୁଣ୍ଡ: ସଂଖ୍ୟା ୩୫କୁ ବୃଦ୍ଧି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି କରୋନା ଯୋଗୁ ୫ଜଣଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୨ଜଣ ଓ ଗଞ୍ଜାମରୁ ୩ଜଣ ଓ କଟକରୁ ଜଣେ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ଜଣେ ୫୧ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି କରୋନା ବ୍ୟତୀତ ଟିବିିରେ ପୀଡ଼ିତ ଥିଲେ। ଭୁବନେଶ୍ୱରରୁ ଅନ୍ୟଜଣେ ୬୪ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି କରୋନା ଛଡ଼ା ମଧୁମେହରେ ପୀଡିତ ଥିଲେ। ସେହିପରି ଗଞ୍ଜାମରୁ ଜଣେ ୫୦ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି କରୋନା ସମେତ ଉଚ୍ଚ ରକ୍ତଚାପ ଓ ମଧୁମେହରେ ଆକ୍ରାନ୍ତ ଥିଲେ। ଗଞ୍ଜାମରୁ ଜଣେ ୨୭ ଓ ୩୫ ବର୍ଷୀୟ ପୁରୁଷ ରହିଛନ୍ତି। କଟକରୁ ଜଣେ ୬୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଥିବା ବେଳେ ସେ କରୋନା ବ୍ୟତୀତୀ କ୍ୟାନ୍ସର ଓ ଜଣ୍ଡିସରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାଜନିତ ମୃତକଙ୍କ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଗଞ୍ଜାମରୁ ୨୦, ଖୋର୍ଦ୍ଧାରୁ ୭, କଟକରୁ ୫, ବରଗଡ଼ ଓ ଅନୁଗୁଳରୁ ଜଣେ ଲେଖାଏଁ ରହିଛନ୍ତି।