ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜି ହେଉଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରାର ଆଜି ହେଉଛି ଅନ୍ତିମ ଦିନ। ଆଜି ଶ୍ରୀଜୀଉ ଶ୍ରୀମନ୍ଦିର ଫେରିବେ ଓ ରତ୍ନସିଂହାସନରେ ବିରାଜମାନ କରିବେ। ହେଲେ ଶ୍ରୀମନ୍ଦିର ଯିବା ପୂର୍ବରୁ ମହାପ୍ରଭୁଙ୍କ ମହାଲୀଳା ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଯିବାକୁ ବାରଣ କରିବେ ମା’ ଲକ୍ଷ୍ମୀ। ଏହାପରେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜମ କରିବେ ମହାପ୍ରଭୁ। ନିଳାଦ୍ରି ବିଜେ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଆଜି ସନ୍ଧ୍ୟାଦୀପ ପରେ ପହଣ୍ଡି ବିଜେ ହେବ ବୋଲି ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ ସୂଚନା ଦେଇଛନ୍ତି।