ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦ଜଣ ଓ ସ୍ଥାନୀୟ ୪ଜଣ ରହିଛନ୍ତି। ଏଥିସହିତ ୧୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏୟାରପୋର୍ଟ କଲୋନୀରୁ ଜଣେ, ଖଣ୍ଡଗିରିରୁ ଜଣେ, ସାଲିଆସାହିରୁ ୨ଜଣ, ଶୈଳଶ୍ରୀବିହାରରୁ ଜଣେ, ବରମୁଣ୍ଡା ଏଚବି କଲୋନୀରୁ ଜଣେ, ମଞ୍ଚେଶ୍ୱରରୁ ୯ଜଣ ଓ ନୟାପଲ୍ଲୀରୁ ଜଣେ ରହିଛନ୍ତି। ଅନ୍ୟପଟେ ଜଣେ ରେଳ କର୍ମଚାରୀ, ଅନ୍ୟ ଜିଲ୍ଲା ଜନ୍ମିତ ୩ଜଣ ପୁରୁଷ କରୋନାରେ ସଂକ୍ରମିତ ହୋଇଛନ୍ତି।
ସେହିପରି ସ୍ଥାନୀୟ ସଂକ୍ରମଣ ମଧ୍ୟରେ ଏକ ଘରୋଇ ହସ୍ପିଟାଲର ୩ଜଣ ମହିଳା କର୍ମଚାରୀ ଓ ଖଣ୍ଡଗିରିରୁ ଜଣେ ମହିଳା ରହିଛନ୍ତି।
