ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ବିଶ୍ୱରେ ଲକ୍ଷାଧିକ ଲୋକ କରୋନା ମହାମାରୀ କବଳରେ କବଳିତ ହୋଇଛନ୍ତି। ଅନେକ ଲୋକ ଏଥିରେ ପ୍ରାଣ ମଧ୍ୟ ହରାଇଛନ୍ତି। ଏମିତି ସଙ୍କଟଜନକ ସ୍ଥିତିରେ ବିଶ୍ୱବାସୀ ଏକ ଅଦୃଶ୍ୟ ଶକ୍ତି ବିରୋଧରେ ଲଢେଇ କରୁଛନ୍ତି । ଆଉ ଏହି ଲଢେଇରେ ସଭିଏଁ ଆଗଧାଡିର ଯୋଦ୍ଧା ଥିବାବେଳେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ ଓ ସଫେଇ କର୍ମଚାରୀ ଏହି ଯୁଦ୍ଧର ନେତୃତ୍ୱ ନେଇଛନ୍ତି। ସାମନାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ‘ଗାଇବା ବନ୍ଦେ ବନ୍ଦେ, ଜିତିବା ସଙ୍ଗେ ସଙ୍ଗେ’ ଗୀତର ଏକ ଭିଡିଓକୁ ସେୟାର କରିଛନ୍ତି ।
ଲୋକଙ୍କ ଜୀବନ ସୁରକ୍ଷିତ କରିବାରେ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାର ତୁଳନା ନାହିଁ। ସେମାନଙ୍କ ତ୍ୟାଗ ଅସୀମ। ଏହି ସୁନ୍ଦର ଗୀତକୁ ସେମାନଙ୍କ ପାଇଁ ଉତ୍ସର୍ଗ କରିବା ସହ ଅସୁସ୍ଥ ଯୋଦ୍ଧାଙ୍କ ଆଶୁଆରୋଗ୍ୟ କାମନା କରୁଛି। pic.twitter.com/J0YGw2BSG5
— Naveen Patnaik (@Naveen_Odisha) June 28, 2020