ଜମ୍ମୁ- କଶ୍ମୀରର ବିକାଶ ନିମନ୍ତେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଗୋଷ୍ଠୀ ଗଠିତ

ନୂଆଦିଲ୍ଲୀ,୨୮ା୮/ଏଜେନ୍ସି: ଜମ୍ମୁ-କଶ୍ମୀରର ବିକାଶ ଓ ସେଠାରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରି ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହୃତ ହେବା ପରେ ସେଠାକାର ସର୍ବାଙ୍ଗୀନ ବିକାଶ ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମନ୍ତ୍ରୀ ବିଭାଗଗୁଡ଼ିକ କି କି କାର୍ଯ୍ୟକ୍ରମ ଗ୍ରହଣ କରିପାରିବେ ସେ ସମ୍ପର୍କରେ ସବିଶେଷ ଯୋଜନା ସହ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ । ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା କେନ୍ଦ୍ର ସରକାରଙ୍କ ନିକଟରେ ଏହାର ବ୍ଲୁପ୍ରିଣ୍ଟ ଉପସ୍ଥାପନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଆଇନ୍‌ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ତଓ୍ଵର ଚାନ୍ଦ ଗେହଲୋଟ, କୃଷି, କୃଷକ କଲ୍ୟାଣ ଓ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ତୋମାର ଓ ତୈଳ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।