ନୂଆଦିଲ୍ଲୀ,ଏଜେନ୍ସି : କରୋନା ଭାଇରସ ସଂକ୍ରମଣକୁ ହ୍ରାସ କରିବା ପାଇଁ ଔଷଧ ଖୋଜିବାରେ ବୈଜ୍ଞାନିକମାନେ ଦିନରାତି ଏକ କରିଦେଇଛନ୍ତି। ବହୁ ପରିଶ୍ରମ ପରେ କରୋନା ଭାଇରସକୁ ଶରୀରରୁ ଦୂର କରିବା ପାଇଁ ପ୍ରସ୍ତୁତ କରାଯାଇଛି ଔଷଧ । ଏହାକୁ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ପାଞ୍ଚଟି ରାଜ୍ୟକୁ ପଠାଯାଇଛି। ଭାରତରେ ରେମଡେସଭିର ଇଞ୍ଜେକସନ ଏକ ଜେନେରିକ ସଂସ୍କରଣର ଉତ୍ପାଦନ ଏବଂ ବିକ୍ରୟ ପାଇଁ ଲାଇସେନସ ହାସଲ କରିଛି ହାଇଦ୍ରାବାଦର କମ୍ପାନୀ ‘ହେଟେରୋ’। ହେଟେରୋ ପକ୍ଷରୁ ପରୀକ୍ଷାମୂଳକ ଭାବେ ୫ଟି ରାଜ୍ୟକୁ ୨୦,୦୦୦ ଔଷଧ ବୋତଲ ପଠାଯାଇଛି। ୧୦୦ ମିଲିଗ୍ରାମର ଏହି ଔଷଧର ମୂଲ୍ୟ ୫,୪୦୦ ଟଙ୍କା ରହିଛି। ଆସନ୍ତା ତିନି-ଚାରି ସପ୍ତାହ ମଧ୍ୟରେ ଏକ ଲକ୍ଷ ଔଷଧ ତିଆରି କରିବାର ଲକ୍ଷ୍ୟ ରଖିଛି କମ୍ପାନୀ। ଔଷଧର ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନଗ୍ରିଡିଏଣ୍ଟ (ଏପିଆଇ)ବିଶାଖାପାଟନମର ଏକ ୟୁନିଟରେ ପ୍ରସ୍ତୁତ କରାଯାଉଛି । ପରବର୍ତ୍ତୀ ସମୟରେ ଏହି ଔଷଧକୁ ଲକ୍ଷ୍ମୌ, ରାଞ୍ଚି, ଭୁବନେଶ୍ୱର, ଭୋପାଳ, ଇନ୍ଦୋର, କୋଲକାତା, ପାଟନା, କୋଚି, ବିଜୟୱାଡା, ଗୋଆ ଏବଂ ତ୍ରିଭେନ୍ଦ୍ରମକୁ ପଠାଯିବ।