ଦିଲ୍ଲୀରେ ମଦ ଉପରେ ୭୦ ପ୍ରତିଶତ ଟ୍ୟାକ୍ସ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ମଦ ଉପରେ ବିଶେଷ କରୋନା ଟ୍ୟାକ୍ସ ଲଗାଇ ଦିଆଯାଇଛି। ଫଳରେ ମଦ ବିକ୍ରି ଉପରେ ୭୦ ପ୍ରତିଶତ ଟ୍ୟାକ୍ସ ଲାଗଛିି। ମଦ କିଣିବା ସମୟରେ ଉଭୟ ସାମାଜିକ ଦୂରତ୍ୱର ଅବମାନନା ଓ ରାଜସ୍ୱକୁ ଧ୍ୟାନରେ ରଖି ଦିଲ୍ଲୀ ସରକାର ଏହି ପଦକ୍ଷେପ ନେଇଛନ୍ତି। ଲକଡାଉନ ଜାରି ଥିବା ସତ୍ୱେ ମଦ ଦୋକାନରେ ବଢ଼ୁଥିବା ଭିଡ଼ ଯୋଗୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି। ଅନ୍ୟ ରାଜ୍ୟର ସରକାର ମଧ୍ୟ ଏପରି ପଦକ୍ଷେପ ନେବା ଉପରେ ବିଚାର କରୁଛନ୍ତି।