Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କେଉଁମାନେ ଅଫିସ ଆସିବେ ଓ କେଉଁମାନେ ଆସିବେ ନାହିିଁ: ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କେଉଁମାନେ ଅଫିସ ଆସିବେ ଓ କେଉଁମାନେ ଆସିବେ ନାହିିଁ: ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭୂତାଣୁ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲା ଏବଂ ୮ଟି ସହର ୨୯ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଥିବା ବେଳେ ଜନସାଧାରଣଙ୍କ ସେବା ଓ ସହାୟତା ପାଇଁ ପ୍ରଶାସନିକ କଳ ସମ୍ପୂର୍ଣ୍ଣ ସଜାଗ ରହିବ ବୋଲି କହିଥିଲେ। ସେ ନେଇ ଆଜି ପ୍ରମୁଖ ସଚୀବ ସଞ୍ଜୀବ ଚୋପ୍ରା ବିଜ୍ଞପ୍ତି ଜାରି କରିଛନ୍ତି। ସେଥିରେ କେଉଁ ବିଭାଗର କର୍ମଚାରୀ ଅଫିସ ଆସିବେ ଓ କେଉଁମାନେ ଆସିବେ ନାହିଁ ତାହା ସ୍ପଷ୍ଟ କରାଯାଇଛି।

ସୂଚନା ଅନୁଯାୟୀ, ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଗୃହ ଏବଂ ସହରାଞ୍ଚଳ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୃହ ବିଭାଗ, ସ୍ୱତନ୍ତ୍ର ରିଲିଫ କମିଶନ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅତ୍ୟନ୍ତ ଜରୁରୀ କାଳିନ ବିଭାଗ ଭାବେ ବିବେଚନା କରାଯାଇଛି ଓ ଉକ୍ତ ବିଭାଗର ସମସ୍ତ କର୍ମଚାରୀ ଅଫିସ ଆସିବେ ବୋଲି କୁହାଯାଇଛି।

ସେହିପରି, ଆଂଶିକ ଜରୁରୀ କାଳିନ ବିଭାଗ ଭାବେ ବାଣିଜ୍ୟ ଓ ପରିବହନ, ଇଲୋକ୍ଟ୍ରୋଲିଂ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, ଶକ୍ତି, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ, ରାଜସ୍ୱ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ନିର୍ମାଣ ବିଭାଗର କର୍ମଚାରୀମାନେ ସେମାନଙ୍କ ବିଭାଗୀୟ ମୁଖ୍ୟଙ୍କ ନିଷ୍ପତ୍ତି କ୍ରମେ ଅଫିସ ଆସିବେ। ସେହିପରି ସମବାୟ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ପରିବେଶ, ବୟନ ଓ ହସ୍ତତନ୍ତ, ଉଚ୍ଚଶିକ୍ଷା, ଆଇନ, ଶିଳ୍ପ, ଶ୍ରମ, ଇଏସଆଇ, ଏମଏସଏମଇ, ଓଏଲଏଲ, ସଂସ୍କୃତି, ସଂସଦୀୟ ବ୍ୟାପାର, ବ୍ୟବସାୟ ଓ ରୂପାୟନ ସେମେତ ମୋଟ୨୫ଟି ବିଭାଗର କର୍ମଚାରୀ ମାନଙ୍କୁ ଚଳିତ ମାସ ୨୯ ତାରିଖ ପର୍ୟ୍ୟନ୍ତ ଅଫିସ ନ ଆସିବା ପାଇଁ କୁହାଯାଇଛି ।