Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ଅଧିକ ୫ ଲକ୍ଷ ଗରିବ ହେବେ ସାମିଲ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ଅଧିକ ୫ ଲକ୍ଷ ଗରିବ ହେବେ ସାମିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନାର ମୁକାବିଲା କରିବା ନିମନ୍ତେ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୫ ଲକ୍ଷ ଗରିବଙ୍କୁ ସାମିଲ କରି ଖାଦ୍ୟ ନିରାପତ୍ତା ଯୋଗାଇଦେବା ନିମନ୍ତେ ସ୍ଥିର କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ମାସିକ କିଲୋଗ୍ରାମ ପ୍ରତି ୧ ଟଙ୍କା ମୂଲ୍ୟରେ ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ଦିଆଯିବ। ତେବେ ଏହା ଆସନ୍ତା ତ୍ରୈମାସିକ ୨୦୨୦ ମସିହା ଅପ୍ରେଲ୍, ମଇ ଓ ଜୁନ୍ ମାସ ନିମନ୍ତେ ପ୍ରଦ୍ତ୍ତ ରେସନ୍ ସାମଗ୍ରୀ ଆବଣ୍ଟନରୁ ଲାଗୁ ହେବ। ଏଥି ନିମନ୍ତେ ବ୍ୟୟ ହେବାକୁ ଥିବା ବାର୍ଷିକ ୯୬ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ବୋଲି ଜଣାପଡ଼ିଛି।

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆବଣ୍ଟିତ ହେବାକୁ ଥିବା ୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ଅନୁଗୁଳର ୭୩୬୦, ବାଲେଶ୍ୱରର ୩୧୭୯୭, ବରଗଡ଼ର ୭୭୫୮, ଭଦ୍ରକର ୧୧୬୦୯, ବଲାଙ୍ଗିରର ୩୫୭୯୪, ବୌଦ୍ଧର ୩ ହଜାର, କଟକର ୧୨୭୭୦, ଢେଙ୍କାନାଳର ୨୨୩୧୩, ଦେବଗଡ଼ର ୬ ହଜାର, ଗଜପତିର ୯୮୬୮, ଗଞ୍ଜାମର ୭୧ ହଜାର, ଜଗତସିଂହପୁରର ୯୦୪୨, ଯାଜପୁରର ୩୭ ହଜାର, ଝାରସୁଗୁଡ଼ାର ୫୮୧୨, କଳାହାଣ୍ଡିର ୧୨ ହଜାର, କନ୍ଧମାଳର ୬ ହଜାର, କେନ୍ଦ୍ରାପଡ଼ାର ୩୭୫୩୫, କେନ୍ଦୁଝରର ୨୩୨୬୫, ଖୋର୍ଦ୍ଧର ୯୦୮୧, କୋରାପୁଟର ୧୫ ହଜାର, ମାଲକାନଗିରିର ୬୩୦୮, ମୟୂରଭଞ୍ଜର ୧୩ ହଜାର, ନବରଙ୍ଗପୁରର ୭ ହଜାର, ନୟାଗଡ଼ର ୯୮୮୨, ନୂଆପଡ଼ାର ୬ ହଜାର, ପୁରୀର ୩୭ ହଜାର, ରାୟଗଡ଼ାର ୯ ହଜାର, ସମ୍ବଲପୁରର ୬୧୫୮, ସୁବର୍ଣ୍ଣପୁରର ୧୧୭୬୮ ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୯୮୮୦ ଜଣ ଅଛନ୍ତି।