ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରିଲେ ଇଟାଲିରେ ଫଶିଥିବା ୨୬୩ ଛାତ୍ର

ନୂଆଦିଲ୍ଲୀ,ଏଜେନ୍ସି: ଇଟାଲିରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ଅଣ୍ଟାଭିଡିଛି ଭାରତ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ୨୬୩ ଜଣ ଭାରତୀୟ ଛାତ୍ରଙ୍କୁ ନେଇ ଇଟାଲିରୁ ଆସିଛି । ଗତକାଲି ଗୋଟିଏ ଦିନରେ କରୋନା ଯୋଗୁ ଇଟାଲିରେ ୭୯୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାରା ବିଶ୍ୱରେ କରୋନା ମୃତ୍ୟୁ ୧୨ହଜାର ଟପିଛି । ଏହା ସହିତ ଅଢେଇ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ।

ଦିନକୁ ଦିନ ଇଟାଲିରେ କରୋନା ସ୍ଥିତି ଭୟଙ୍କର ହେଉଥିବା ବେଳେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ । ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଇଟାଲି ଯାଇ ସେଠାରେ ଫସି ରହିଥିବା ଛାତ୍ରଙ୍କୁ ଉଦ୍ଧାର କରିଛି । ତେବେ ଇଟାଲିରେ ଏହି ଭାଇରସ ରୋକିବାର ନାଁ ନେଉନଥିବା ବେଳେ ମୃତ ଓ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସେଠାରେ କରୋନା ମୃତ୍ୟୁ ସଂଖ୍ୟା ୪୦୩୨ ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୭ହଜାର ୨୧ ଛୁଇଁଛି । ଚୀନ ପରେ ଇଟାଲି ଆଉ ଏବେ ଇରାନରେ କାୟା ମେଲାଉଛି କରୋନା। ଏହାର କୌଣସି ପ୍ରତିଷେଧକ ନଥିବା ବେଳେ ସଙ୍ଗରୋଧ କରିବାକୁ କେବଳ ପରାମର୍ଶ ଦିଆଯାଉଛି ।