ଭୁବନେଶ୍ୱର : ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ପାଇଲା ଓଡ଼ିଶାର କୋଣାର୍କ । ମଙ୍ଗଳବାର ରାଜ୍ୟ ସଭାରେ ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ସ୍ପଷ୍ଟ କରିଛନ୍ତି । ବିଜେଡି ଏମପି ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହା କହିଥିବା ସୂଚନା ମିଳିଛି । ଏହାଫଳରେ ଆଇକନିକ ପର୍ଯ୍ୟଟନ କ୍ଷେତ୍ର ସଂଖ୍ୟା ୧୭ ରୁ ୧୯କୁ ବୃଦ୍ଧି ପାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ତେବେ ପୂର୍ବରୁ କେନ୍ଦ୍ର ସରକାର ୧୭ଟି ଆଇକନିକ୍ ପର୍ଯ୍ୟଟନସ୍ଥଳୀର ତାଲିକା ପ୍ରକାଶ କରିଥିଲେ । ଏଥିରେ ଓଡ଼ିଶାର ଗୋଟିଏ ବି ସ୍ଥାନ ନ ଥିଲା । ଏହାକୁ ନେଇ ରାଜ୍ୟକୁ ଅବହେଳା କରାଯାଇଥିବା କୁହାଯାଉଥିଲା । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତାହା ହସ୍ତଗତ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।