ଜୁଲାଇ୧୯ ରୁ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। ବର୍ତମାନ କର୍ମଚାରୀଙ୍କ ମହଙ୍ଗା ଭତା ୧୨ପ୍ରତିଶତରୁ ବୃଦ୍ଧି ପାଇ ୧୭ପ୍ରତିଶତ ପହଂଚିଲା। ଏହା ଗତ ୨୦୧୯ ଜୁଲାଇ ମାସରୁ ପିଛିଲା ଭାବେ ଲାଗୁ କରାଯିବ। ଏ ନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଆଜି ଘୋଷଣା କରାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଲକ୍ଷାଧିକ କର୍ମଚାରୀ ଉପକୃତ ହୋଇପାରିବେ।