ନୂଆଦିଲ୍ଲୀ : ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସୀ ଖବର । ଆସନ୍ତା ବୁଧବାର ଠାରୁ ୟେସ୍ ବ୍ୟାଙ୍କର ଗ୍ରାହକମାନେ ସାଧାରଣ କାରବାର ପୁଣି ଥରେ ଆରମ୍ଭ କରିପାରିବେ । ଏନେଇ ୟେସ୍ ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଟ୍ୱିଟ୍ ରେ ଲେଖାଯାଇଛି ଯେ, ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟା ୬ଟା ପରେ ଗ୍ରାହକମାନେ ୟେସ୍ ବ୍ୟାଙ୍କ ଆକାଉଣ୍ଟରୁ ସାଧାରଣ କାରବାର କରିପାରିବେ । ୟେସ୍ ବ୍ୟାଙ୍କର ସମସ୍ତ ଶାଖାରେ ଗ୍ରାହକମାନେ କାରବାର କରି ପାରିବେ ।