ଦେଶ ଓ ରାଜ୍ୟ ଗଠନ ଦିଗରେ ଶିକ୍ଷକମାନେ ସହାୟକ ହୁଅନ୍ତୁ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ 

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୂର୍ବାହ୍ଣରେ ଭୁବନେଶ୍ୱରର ଜୟଦେବ ଭବନଠାରେ ଅନୁଷ୍ଠିତ ନବନିଯୁକ୍ତ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କଦିଗଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ୧୭୮୧ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ସମସ୍ତ ୩୦ ଜିଲ୍ଲାରେ ଟିଜିଟି କଳାରେ ୧୨୭୩, ଟିଜିଟି ପି.ସି.ଏମରେ  ୧୬୧, ଟିଜିଟି ସି.ବି.ଜେଡରେ ୩୧୭ ସମେତ ଅନ୍ୟ ୩୦ଟି ଶିକ୍ଷକ ପଦ ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ନିୟୋଜିତ ହେବାକୁ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇ ନିୟୋଜନ ପତ୍ର ଦେବାର ବ୍ୟବସ୍ଥା କରାଯାଇଛି। ଉନ୍ନୀତ ଉଚ୍ଚବିଦ୍ୟାଳୟ ଓ ଗ୍ରାମାଞ୍ଚଳରେ ଥିବା ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ପଦବୀଗୁଡ଼ିକୁ ପ୍ରଥମେ ପୂରଣ କରିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ମାର୍ଚ୍ଚ ୧୮ ତାରିଖ ସୁଦ୍ଧା ସମସ୍ତ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୧୭ ଶହରୁ ଊର୍ଦ୍ଧ୍ୱ ନୂତନ ଶିକ୍ଷକଙ୍କର ନିଯୁକ୍ତି ଶିକ୍ଷକ ଅଭାବଜନିତ ସମସ୍ୟାର ସମାଧାନ ଦିଗରେ ସହାୟକ ହେବ ବାଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି।