ନୂଆଦିଲ୍ଲୀ,ଏଜେନ୍ସି: ଆର୍ଥିକ ସଙ୍କଟରେ ଗତିକରୁଥିବା ୟେସ ବ୍ୟାଙ୍କକୁ ସପୋର୍ଟ କରିବ ଏସବିଆଇ। ଦେବାଳିଆ ସ୍ଥିତିରେ ରହିଥିବା ୟେସ୍ ବ୍ୟାଙ୍କ ସମସ୍ୟାରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶନିବାର ଏକ ଆକ୍ସନପ୍ଲାନ ଜାରି କରିଛି। ଯୋଜନା ଅନୁଯାୟୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଏଥିରେ ଟଙ୍କା ନିବେଶ କରିବା ସହିତ ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବ। ଏହି ଯୋଜନାକୁ ‘ୟେସ୍ ବ୍ୟାଙ୍କ ପୁନଃନିର୍ମାଣ ଯୋଜନା-୨୦୨୦’ ନାମ ଦିଆଯାଇଛି। ଏହା ସହିତ ଆରବିଆଇ ୟେସ୍ ବ୍ୟାଙ୍କର ସ୍ଥିତି ସୁଧାରିବା କ୍ଷେତ୍ରରେ କାର୍ୟ୍ୟ କରିବା ଲାଗି ଶେୟାର ହୋଲ୍ଡର ଏବଂ ନିବେଶକଙ୍କଠାରୁ ପରାମର୍ଶ ଲୋଡ଼ିଛି।![SBI Chairman Rajneesh Kumar on YES BANK said, can buy 49 percent shares, customers need not panic sbi 69 1583558713 432950 khaskhabar SBI Chairman Rajneesh Kumar on YES BANK said, can buy 49 percent shares, customers need not panic 1]()
ଏ ନେଇ ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ଆଜି ଏହି ସୂଚନା ଦେଇଛନ୍ତି ଯେ ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବାକୁ ଚିନ୍ତା କରୁଛି। ଆମେ ଏହା ଉପରେ କାମ କରୁଛୁ। ଏଥିସହ ୟେସ୍ ବ୍ୟାଙ୍କରେ ୨୪୫୦ କୋଟି ଟଙ୍କା ବିନିଯୋଗ କରିବାକୁ ଏସବିଆଇ ଯୋଜନା କରିଛି। ଆମେ ଆପଣଙ୍କୁ କହିବୁ ଯେ ୟେସ୍ ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ଗୁରୁବାର ସନ୍ଧ୍ୟାରେ ଆରବିଆଇ ଉକ୍ତ ବ୍ୟାଙ୍କର ଗ୍ରାହକଙ୍କୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛି। ସେମାନେ ଏକ ମାସ ମଧ୍ୟରେ କେବଳ ୫୦ ହଜାର ଟଙ୍କା ପ୍ରତ୍ୟାହାର କରିପାରିବେ।

