ରାଜଧାନୀର ଏକ ରେଷ୍ଟୁରାଣ୍ଟରେ ଗୁଳିମାଡ଼, ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳ ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଆଜି ଉକ୍ତ ରେଷ୍ଟୁରାଣ୍ଟରେ ଲୋକମାନେ ବସିଥିବା ବେଳେ କେତେକ ଦୁର୍ବୃତ୍ତ ସେଠାକୁ ଆସି ପାଟି ତୁଣ୍ଡ କରିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଫାଙ୍କାରେ ଗୁଳିଚାଳନା କରିଥିଲେ। ଏଥିମଧ୍ୟରେ ଏକ ଗୁଳି ଜଣେ ଯୁବକ ଠାରେ ଲାଗିଥିଲା। ଏଥିରେ ଯୁବକ ଜଣଙ୍କ ଗୁରୁତର ହୋଇଥିବା ବେଳେ ଲୋକମାନେ ସେଠାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସାପାଇଁ ନେଇଥିଲେ।

ସେହିପରି ଏହି ଘଟଣା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ପରେ ପୁଲିସ ଖବର ପାଇ ଘଟଣାସ୍ଥଳକୁ ଆସିବା ସହ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି। ଏହି ସମୟରେ ଡିସିପି ଓ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଅଛନ୍ତି।