ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଲୋକସେବା ଭବନରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ୍-୨୦୨୦ କପ୍ ପାଇଁ ଜ୍ୟାକେଟ ଓ ମାସକଟ୍ ଲୋକାର୍ପିତ ହୋଇଯାଇଛି। ଏଥିରେ ରାଜ୍ୟର ୯ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ ଫେବୃଆରୀ ୧୪ ତାରିଖରୁ ପ୍ରତିଯୋଗିତା ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲୁ ରହିଛି।

ଏଥିରେ ରାଜ୍ୟର ୬ ହଜାର ଜନଜାତି ପିଲା ଅଂଶଗ୍ରହଣ କରିଛନ୍ତି। ମାର୍ଚ୍ଚ ୫ ତାରିଖ ଦିନ କଟକ ବାରବାଟି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ମାସକଟ୍ ଭାବରେ ଗୁଣ୍ଡୁଚି ମୂଷାକୁ ଚୟନ କରାଯାଇଛି।
