ଭୁବନେଶ୍ୱର,ଏନ୍ଏନ୍ଏସ୍: ଆପୋଲୋ ହସ୍ପିଟାଲରେ ଜଣେ ବ୍ରେନ ଡେଥ ରୋଗୀଙ୍କ ଠାରୁ ୨ଟି କିଡନୀ ଅସ୍ତ୍ରୋପଚାର କରି ବାହାର କରାଯାଇଛି। ଆପୋଲୋ ହସ୍ପିଟାଲ ୟୁରୋଲୋଜିଷ୍ଟ ଡାକ୍ତର ସିମରନ ଦାସ ଅଧିକାରୀ ସଫଳ ଭାବେ ଏହି ହୁଇଟି କିଡନୀ ଅସ୍ତ୍ରୋପଚାର କରି ଵାହାର କରିଛନ୍ତି। କିଡନୀ ପ୍ରତ୍ୟାରୋପଣ ନିୟମ ଓ ସୋଟୋର ଅନୁମତି ଅନୁସାରେ ଏହି କାର୍ୟ୍ୟ କରାଯାଇଛି। ବୁଧଵାର ସୁଚିତ୍ରା ଦାଶ ନାମକ ଜଣେ ମହିଳାଙ୍କ ବ୍ରେନ ଡେଥ ହୋଇଥିଲା।
ତାଙ୍କ ସ୍ଵାମୀ ଗୋପାଳ ଦାଶ ମୃତ ପତ୍ନୀଙ୍କ କିଡନୀ ଦାନ କରିଵା ପାଇଁ ମନସ୍ଥ କରିଥିଲେ। ଏହା ପରେ ସୋଟୋର ଅନୁମତି ନିଆଯାଇ ଆପୋଲୋ ପକ୍ଷରୁ ଅସ୍ତ୍ରୋପଚାର କରାଯାଇଥିଲା। ଓଡ଼ିଶାରେ ଏହା ଦ୍ବିତୀୟ ଘଟଣା। ପୂର୍ବରୁ ଗତ ୪ ତାରିଖରେ ପ୍ରିୟଙ୍କାରାଣୀ ପାତ୍ର ନାମକ ମହିଳା ଏହିଭଳି ଭାବେ କିଡନୀ ଦାନ କରି ଦୁଇ ଜଣ ଜୀବନ ଆଲୋକମୟ କରିଥିଲେ ।ଆଜି ପୁଣି ଆଉ ଜଣେ ମହିଳା ଦୁଇଟି କିଡନୀ ଦାନ କରିଛନ୍ତି। ଏହି ଦୁଇଟି ପ୍ରତ୍ୟାରୋପଣ କରାଯାଇଛି। ଗୋଟିଏ ଆମ୍ରି ଓ ଅନ୍ୟଟି ସୋଠାରେ ପ୍ରତିରୋପଣ କରାଯାଇଛି।