Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସଫଳ ମହିଳାଙ୍କ ମଧ୍ୟରେ ସରୋଜିନୀ ନାଇଡ଼ୁ ଜଣେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସଫଳ ମହିଳାଙ୍କ ମଧ୍ୟରେ ସରୋଜିନୀ ନାଇଡ଼ୁ ଜଣେ

ଭାରତର ସଫଳ ମହିଳାମାନଙ୍କ ସୂଚୀରେ ସରୋଜିନୀ ନାଇଡ଼ୁଙ୍କ ନାମ ଶୀର୍ଷରେ ରହିବ। ଜଣେ ମହାନ କବୟତ୍ରୀ ଓ ସ୍ୱାଧୀନତା ସଂଗ୍ରାମୀ ଭାବରେ ସେ ପ୍ରସିଦ୍ଧ। ଭାରତୀୟମାନଙ୍କ ପାଇଁ ସେ ସମ୍ମାନର ପ୍ରତୀକ, ମହିଳାମାନଙ୍କ ପାଇଁ ସେ ଜଣେ ଆଦର୍ଶ। ସେ ଭାରତର କୋକିଳା ଭାବରେ ପରିଚିତ।

ମହାନ୍ କବି ସରୋଜିନୀ ନାଇଡ଼ୁଙ୍କର ଜନ୍ମ ୧୩ ଫେବୃଆରୀ ୧୮୭୯ରେ ହାଇଦ୍ରାବାଦରେ ହୋଇଥିଲା। ଭାରତର ସର୍ବୋତ୍ତମ ରାଷ୍ଟ୍ରୀୟ ନେତାମାନଙ୍କ ମଧ୍ୟରୁ ସେ ଥିଲେ ଅନ୍ୟତମ। ତାଙ୍କ ସାଥିମାନେ ତାଙ୍କ ଠାରୁ ଶକ୍ତି, ସାହସ ପାଉଥିଲେ, ବିଶେଷ କରି ଯୁବ ଶକ୍ତିକୁ ଆଗକୁ ବଢ଼ିବା ପାଇଁ ତାଙ୍କ ଠାରୁ ପ୍ରେରଣା ମିଳୁଥିଲା। ବାଲ୍ୟବସ୍ଥାରୁ ତୀକ୍ଷ୍ଣ ବୁଦ୍ଧି ଯୋଗୁ ମାତ୍ର ୧୩ ବର୍ଷ ବୟସରେ ‘ଲେଡ଼ି ଅଫ ଦି ଲେକ’ ନାମକ କବିତା ଲେଖିଥିଲେ।

୧୮୯୫ରେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ସେ ଇଂଲଣ୍ଡ ଯାଇଥିଲେ ଓ ପାଠପଢ଼ା ସହିତ କବିତା ମଧ୍ୟ ଲେଖୁଥିଲେ। ଗୋଲଡେନ ଥ୍ରେସୋଲ୍ଡ଼ ତାଙ୍କର ପ୍ରଥମ କବିତା ସଂକଳନ ଥିଲା। ବାର୍ଡ଼ ଅଫ ଟାଇମ୍ ଓ ବ୍ରୋକେନ ୱିଙ୍ଗ ତାଙ୍କର ଦ୍ୱିତୀୟ ଓ ତୃତୀୟ କବିତା ସଂକଳନ ଥିଲା। ଏହା ହିଁ ତାଙ୍କୁ ଜଣେ ସୁପ୍ରସିଦ୍ଧ କବିର ପରିିଚୟ ଦେଇଥିଲା। ତାଙ୍କ ପିତା ଅଘୋରନାଥ ଚଟ୍ଟୋପାଧ୍ୟାୟ ଜଣେ ବୈଜ୍ଞାନିକ ଓ ଶିକ୍ଷାଶାସ୍ତ୍ରୀ ଥିଲେ। ସେ ମଧ୍ୟ କବିତା ଲେଖୁଥିଲେ। ମାତା ବରଜା ସୁନ୍ଦରୀ ମଧ୍ୟ ଜଣେ କବି ଥିଲେ। ତାଙ୍କର କବି ଭାଇ ହରିନ୍ଦ୍ରନାଥ ଚଟ୍ଟୋପାଧ୍ୟାୟଙ୍କ ପରି ସରୋଜିନୀଙ୍କୁ ମଧ୍ୟ ତାଙ୍କ ମାତା ପିତାଙ୍କ ଠାରୁ କବିତା ସୃଜନର ପ୍ରତିଭା ପ୍ରାପ୍ତ ହୋଇଥିଲା। ତାଙ୍କ ପିତା ଚାହୁଁଥିଲେ ସରୋଜିନୀ ନାଇଡ଼ୁ ଇଂରାଜୀ ଓ ଗଣିତରେ ନିପୁଣ ହୁଅନ୍ତୁ ଓ ଜଣେ ବଡ଼ ବୈଜ୍ଞାନିକ ହୁଅନ୍ତୁ। କିନ୍ତୁ ସେ ଗଣିତରେ ମନ ଲଗେଇବା ବଦଳରେ କବିତା ଲେଖିବା ଶ୍ରେୟସ୍କର ମନେ କରୁଥିଲେ। ସେ ଇଂରାଜୀରେ ଆଗକୁ ବଢ଼ିପାରିବେ ବୋଲି ତାଙ୍କ ପିତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

 

୧୩ ବର୍ଷ ବୟସରେ ସରୋଜିନୀ ନାଇଡ଼ୁ ୧୩୦୦ ପୃଷ୍ଠାର ‘ଝିଲ୍ କି ରାନୀ’ ନାମକ ଏକ ଲମ୍ବା କବିତା ଓ ୨୦୦୦ ପଂକ୍ତି ବିଶିଷ୍ଟ ଏକ ବିସ୍ତୃତ ନାଟକ ଲେଖି ଇଂରାଜୀ ଭାଷା ଉପରେ ତାଙ୍କର ଅଧିକାର ସିଦ୍ଧ କରିଥିଲେ। ୧୯୦୩ରେ ତାଙ୍କ ପିତା ତାଙ୍କ କବିତାରେ ପ୍ରଭାବିତ ହୋଇ ପୋଏମ୍ସ ନାମକ ଏକ ଛୋଟ କବିତା ସଂଗ୍ରହ ପ୍ରକାଶିତ କରିଥିଲେ। ଡ଼ ଏମ ଗୋବିନ୍ଦରାଜଲୁ ନାଇଡ଼ୁଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ବାର ବର୍ଷ ବୟସରେ ସେ ମାଟ୍ରିକ ପାସ କରିବା ପରେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ଇଂଲଣ୍ଡ ଯାଇଥିଲେ। ଲଣ୍ଡନର କିଙ୍ଗ୍ସ କଲେଜ ଓ କେମ୍ବ୍ରିଜର ଗର୍ଟନ କଲେଜରୁ ଶିକ୍ଷା ପ୍ରାପ୍ତ କରି ସେ ୧୮୯୮ରେ ସ୍ୱଦେଶ ଫେରିଥିଲେ। ୧୯୦୫ ମସିହାରେ ବଙ୍ଗଳା ବିଭାଜନ ସମୟରେ ସେ ଭାରତୀୟ ରାଷ୍ଟ୍ରୀୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେହି ସମୟରେ ରବିନ୍ଦ୍ରନାଥ ଟାଗୋର, ମହମ୍ମଦ ଅଲୀ ଜିନ୍ନା, ଗୋପାଳକୃଷ୍ଣ ଗୋଖଲେ, ଗାନ୍ଧିଜୀ ଓ ଜବାହରଲାଲ ନେହେରୁଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ଭାରତରେ ମହିଳା ସଶକ୍ତିକରଣ ଓ ମହିଳା ଅଧିକାର ପାଇଁ ସେ ସ୍ୱର ଉତ୍ତୋଳନ କରିଥିଲେ।

ସେ ଛୋଟ ସହରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ମହିଳାମାନଙ୍କୁ ଜାଗ୍ରତ କରାଇଥିଲେ। ସବିନୟ ଅବଜ୍ଞା ଆନ୍ଦୋଳନରେ ସେ ଗାନ୍ଧିଜୀଙ୍କ ସହିତ ଜେଲ ଯାଇଥିଲେ। ୧୯୪୨ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ସେ ୨୧ ମାସ ଜେଲରେ ଥିବା ଅବସ୍ଥାରେ ସେଠାରେ ତାଙ୍କୁ ଅନେକ ଯନ୍ତ୍ରଣା ମଧ୍ୟ ସହିବାକୁ ପଡ଼ିଥିଲା। ନିଜର ଲୋକପ୍ରିୟତା ଓ ପ୍ରତିଭାର କାରଣରୁ ୧୯୨୫ରେ କାନପୁରରେ ହୋଇଥିବା କଂଗ୍ରେସ ଅଧିବେଶନର ସେ ଅଧ୍ୟକ୍ଷା ହୋଇଥିଲେ ଓ ୧୯୩୨ରେ ଭାରତର ପ୍ରତିନିଧି ଭାବରେ ଦକ୍ଷିଣ ଆଫ୍ରିକା ଯାଇଥିଲେ। ଭାରତ ସ୍ୱାଧୀନତା ପାଇବା ପରେ ଉତ୍ତରପ୍ରଦେଶର ସେ ପ୍ରଥମ ରାଜ୍ୟପାଳ ହୋଇଥିଲେ।

ଶ୍ରୀମତୀ ଏନି ବେସେଣ୍ଟଙ୍କ ପ୍ରିୟମିତ୍ର ଓ ଗାନ୍ଧିଜୀଙ୍କର ଏହି ପ୍ରିୟ ଶିଷ୍ୟା ତାଙ୍କର ସାରା ଜୀବନ ଦେଶ ପାଇଁ ଉତ୍ସର୍ଗ କରିଦେଇଥିଲେ। ମାର୍ଚ୍ଚ ୨, ୧୯୪୯ରେ ହୃଦ୍ଘାତରେ ଏହି ମହାନ୍ ନାରୀଙ୍କର ଦେହାନ୍ତ ହୋଇଥିଲା। ୧୩ ଫେବୃୟାରୀ ୧୯୬୪ରେ ଭାରତ ସରକାର ତାଙ୍କର ଜୟନ୍ତୀର ଅବସରରେ ତାଙ୍କ ସମ୍ମାନ ପାଇଁ ୧୫ଟି ନୂଆ ପଇସାର ଏକ ଡ଼ାକ ଟିକେଟ୍ ଜାରୀ କରିଥିଲେ। ତାଙ୍କର ମଧୁରବାଣୀ, ସୁନ୍ଦର କବିତା ଓ ପ୍ରଭାବଶାଳୀ ଭାଷଣ ପାଇଁ ତାଙ୍କୁ ଭାରତର ବୁଲ୍ବୁଲ୍ ବୋଲି କୁହାଯାଏ। ଜଣେ ସଶକ୍ତ ମହିଳାଭାବରେ ସମସ୍ତ ମହିଳାଙ୍କ ପାଇଁ ସେ ଜଣେ ଆଦର୍ଶ ଓ ପ୍ରେରଣାର ପ୍ରତୀକ ଥିଲେ।