ଭୁବନେଶ୍ୱର,ଏନ୍ଏନ୍ଏସ୍: ସୌନ୍ଦର୍ଯ୍ୟ କ୍ଷେତ୍ରରେ ଓଡ଼ିଶାରୁ ଅନେକ ଝିଅ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ବେଳେ ଏହି ଦୌଡରେ ଓଡ଼ିଆର କୁନି ଝିଅ ନିଜକୁ ସାମିଲ କରିଛନ୍ତି। ପିଲାଟି ଦିନରୁ ନିଜକୁ ଫେସନ୍ ସହିତ ଜଡିତ କରି ଦେଇଛନ୍ତି। ତାଙ୍କର ଏହି ଇଚ୍ଛା ଶକ୍ତିରେ ସେ ବିଭିନ୍ନ ପ୍ରତିଯୋଗିତାରେ ଟାଇଟଲ୍ ହାସଲ କରିପାରିଛନ୍ତି। ତେବେ ଜର୍ଜିଆ ଦେଶରେ ଆୟୋଜିତ ୱାର୍ଲ୍ଡ ରାଇଜିଙ୍ଗ ଷ୍ଟାର- ୨୦୨୦ରେ ୪ରୁ ୭ବର୍ଷର କୁନି କୁନି ଝିଅମାନଙ୍କର ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ କୁନି ଝିଅ ଦିବ୍ୟାଶ୍ରୀ ଦେବାଶିଷ ବେହେରା ବିଜେତା ହୋଇ ଦେଶ ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ପାଖାପାଖି ୧୨ଟି ଦେଶର ପ୍ରତିଯୋଗୀମାନେ ଭାଗନେଇଥିବା ବେଳେ ଦିବ୍ୟାଶ୍ରୀ ସମସ୍ତଙ୍କୁ ପଛରେ ପକାଇ ୱାର୍ଲ୍ଡ ରାଇଜିଙ୍ଗ ଷ୍ଟାର- ୨୦୨୦ର ଟାଇଟଲ୍ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ପାଇଁ ସେ ଉତ୍ତମ ଜାତୀୟ ପୋଷାକ ପରିଧାନ କରି ଭାଗ ନେଇଥିଲେ।

