ବନ୍ଦ ହେବନି କାଳିଆ ଛାତ୍ରବୃତ୍ତି, ସ୍ପଷ୍ଟ କଲେ କୃଷି ସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: କାଳିଆ ଯୋଜନାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦିଆଯିବା ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା, ସେଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବ ଭଳି ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ମାଧ୍ୟମରେ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ। ପିଏମ୍ କିଷାନ ଯୋଜନା ସହ କାଳିଆ ଯୋଜନାର କିଛି ଅଂଶ ମିଶିବା ନେଇ ଗାଇଡଲାଇନ ଜାରି ହେବା ପରେ ଛାତ୍ରବୃତ୍ତିକୁ ନେଇ ଦ୍ୱନ୍ଦ ଉପୁଜିବା ପରେ । କୃଷି ସଚିବ ସୌରଭ ଗର୍ଗ ଏନେଇ ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୭ ହଜାର ୨୫୮ ଜଣ ଛାତ୍ରଛାତ୍ରୀଙ୍କୁ କାଳିଆ ଛାତ୍ର ବୃତ୍ତିିରେ ଚୟନ କରାଯାଇଛି । ୨୦୧୯-୨୦ ପାଇଁ ୧୯ ହଜାର ୨ ଶହ ୪୭ ଜଣ ଛାତ୍ରଛାତ୍ରୀ କାଳିଆ ଛାତ୍ର ବୃତ୍ତି ପାଇଁ ଆବେଦନ କରିଥିଲେ ବୋଲି ପୂର୍ବରୁ କୃଷି ମନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ରାଜ୍ୟ ସରକାର ଚଳିତ ବର୍ଷ ୪ ଫେବୃଆରୀରେ କାଳିଆ ଛାତ୍ର ବୃତ୍ତି ଯୋଜନା ପ୍ରଣୟନ କରିଥିଲେ।

କ୍ଷୁଦ୍ର ଓ ମଧ୍ୟମ ଚାଷୀ ଯେଉଁମାନେ କାଳିଆ ଯୋଜନାରେ ସାମିଲ ହାଇଥିଲେ ସେମାନଙ୍କ ପୁଅ ଝିଅ, ଯେଉଁମାନେ ଉଚ୍ଚ ଶିକ୍ଷା ତଥା ପୋଷ୍ଟ ଗ୍ରାଜୁଏସନ ପଢିବା ପାଇଁ ଚାହୁଁଥିବେ ସେମାନେ କାଳିଆ ଛାତ୍ର ବୃତ୍ତି ପାଇଁ ଆବେଦନ କରିପାରିବେ । ଏହି ନୂଆ ଯୋଜନାରେ ଯୋଗ୍ୟ ବିବେଚିଚ ଛାତ୍ରଛାତ୍ରୀଙ୍କୁ ସରକାରୀ ପ୍ରଫେସନାଲ କଲେଜରେ ନାମ ଲେଖାଇବା ସହ ସେମାନଙ୍କର ପିଲାମାନଙ୍କୁ ଉଚ୍ଚଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହାଦ୍ୱାରା ଚାଷୀଙ୍କ ପିଲାମାନେ ମାଗଣାରେ ବୃତ୍ତିଭିତ୍ତିକ ଶିକ୍ଷା ପାଇପାରିବେ।