ୱାସିଂଟନ,ଏଜେନ୍ସି: କ୍ଷମତାର ଅପବ୍ୟବହାର କରିଥିବା କରିଥିବା ନେଇ ଗୁରୁବାର ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ୍ ଅଫ୍ ରିପ୍ରେଜେନ୍ଟେଟିଭ୍’ରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବହିଷ୍କାର ନିମନ୍ତେ ଭୋଟ୍ ହୋଇଛି। ଆମେରିକା ସଂସଦର ନମ୍ନ ସଦନ ହାଉସ ଅଫ ରିପ୍ରେଜେନଟେଟିଭରେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ଦୀର୍ଘ ୧୦ ଘଣ୍ଟାର ବିତର୍କ ପରେ ୨୨୯ଟି ଭୋଟରେ ପାରିତ ହୋଇଛି ମହାଭିଯୋଗ ପ୍ରସ୍ତାବ ।
କ୍ଷମତାର ଦୁରୂପଯୋଗ କରିଥିବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଛି । ଆସନ୍ତା ମାସରେ ଉପର ସଦନ ବା ସିନେଟରେ ଏହି ପ୍ରସ୍ତାବ ଉପସ୍ଥାପନ ହେବ । ତେବେ ସିନେଟରେ ଟ୍ରମ୍ପଙ୍କ ଦଳର ସଂଖ୍ୟା ଗରିଷ୍ଠତା ରହିଛି । ତେଣୁ ସିନେଟରେ ଏହି ପ୍ରସ୍ତାବ ପାରିତ ହେବାର ସମ୍ଭାବନା କମ୍ ରହିଛି ।
ଅନ୍ୟପଟେ ଏହି ପ୍ରସ୍ତାବକୁ ଆମେରିକା ଇତିହାସରେ ଲୋକତନ୍ତ୍ର ଉପରେ ସବୁଠାରୁ ବଡ ଆକ୍ରମଣ ବୋଲି କହିଛନ୍ତି ଟ୍ରମ୍ପ । ଟ୍ରମ୍ପ ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସମ୍ଭାବିତ ପ୍ରତିଦ୍ୱନ୍ଦି ଓ ପୂର୍ବ ଉପରାଷ୍ଟ୍ରପତି ଜୋ. ବାଇଡେନଙ୍କ ସମେତ ଅନ୍ୟ ପ୍ରତିଦ୍ୱନ୍ଦିଙ୍କ ଛବି ଖରାପ କରିବାକୁ ୟୁକ୍ରେନ୍ରୁ ବେଆଇନ ଭାବେ ସହାୟତା ମାଗିଥିବା ଅଭଯୋଗ ରହିଛି । ଏହା ସହ ସଂସଦ କାର୍ୟ୍ୟରେ ଟ୍ରମ୍ପ ବାଧା ପହଁଚାଇଥିବା ଅଭିଯୋଗ ରହିଛି ।